ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାଓ୍ଵାରଙ୍କ ଘୋଷଣା: ଲଢ଼ିବେନି ୨୦୧୯ରେ ଲୋକସଭା ନିର୍ବାଚନ

ମୁମ୍ବାଇ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ଵାର ୨୦୧୯ ଲୋକସଭା ନିର୍ବାଚନରେ ଅବତୀର୍ଣ୍ଣ ନ ହେବାକୁ ଘୋଷଣା କରିଛନ୍ତି। ଦଳୀୟ ନେତା ଜିତେନ୍ଦ୍ର ଆହ୍ଵାଡ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପାଓ୍ଵାର ପୁନେ ଲୋକସଭା ଆସନରୁ ଲଢ଼ିବା ବିରାମ ପଡିଛି। ଆହ୍ଵାଡ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ପାଓ୍ଵାର ୨୦୧୪ ଲୋକସଭା ନିର୍ବାଚନ ସମୟରେ ସ୍ପଷ୍ଟ କରି ଦେଇଥିଲେ ଯେ, ଆଗାମୀ ଲୋକସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।
ମୁମ୍ବାଇ-କୁର୍ଲାରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବିଧାୟକ କହିଛନ୍ତି, ପାଓ୍ଵାର ପାର୍ଟି ତରଫରୁ ତାଙ୍କର ନାଁକୁ ବିଚାରରେ ରଖା ନଯାଉ। କାରଣ ସେ ପ୍ରାର୍ଥୀ ହେବେ ନାହିଁ। ବୈଠକରେ ଶନିବାର ପାଓ୍ଵାର କହିଛନ୍ତି, ସେ ଲୋକସଭା ନିର୍ବାଚନ ଦୌଡରେ ନାହାନ୍ତି। କୌଣସି ଲୋକ ମଧ୍ୟ ତାଙ୍କ ନାମକୁ ପ୍ରସ୍ତାବିତ ନ କରିବା ଦରକାର। ଆହ୍ଵାଡ ଏହି କଥା କହିବାକୁ ମନା କରିଛନ୍ତି ଯେ, ଏନ୍‌ସିପି ମୁଖ୍ୟ ମବାଲ ଲୋକସଭା ଆସନରୁ ପାର୍ଥ ପାଓ୍ଵାରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି। ପାର୍ଥ ପାଓ୍ଵାର ହେଉଛନ୍ତି ବରିଷ୍ଠ ନେତା ଅଜିତ ପାଓ୍ଵାରଙ୍କ ପୁଅ।
ଆହ୍ଵାଡ କହିଛନ୍ତି, ପ୍ରାରମ୍ଭିକ ଭାବରେ ଆଲୋଚନା ଜାରି ରହିଛି। ପାର୍ଟି କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା ପରେ ପ୍ରାର୍ଥୀତ୍ୱକୁ ଅନ୍ତିମ ରୂପ ଦିଆଯିବ। ପୂର୍ବତନ କୃଷିମନ୍ତ୍ରୀ ପାଓ୍ଵାର ରାଜ୍ୟ ଶାଖା କାର୍ଯ୍ୟାଳୟ ଠାରେ ରାଷ୍ଟ୍ରବାଦୀ ନେତା ଏବଂ କର୍ମକର୍ତ୍ତାଙ୍କ ସହିତ ଆସନ୍ତା ବର୍ଷର ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ପାଇଁ ଆଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର