ସମତାକ୍ରାନ୍ତି ଦଳର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ସମତାକ୍ରାନ୍ତି ଦଳର ପ୍ରତିଷ୍ଠା ଦିବସ ଆଜି ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦଳର ସଭାପତି ପ୍ରଶାନ୍ତ ମିଶ୍ର ସଭାପତିତ୍ୱରେ କରିଥିଲେ।

ଏଥିରେ ମୁଖ୍ୟ ଅତିଥିଭାବେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପ୍ରବୋଧ ଚନ୍ଦ୍ର ସିହ୍ନା, ଦଳର ପ୍ରତିଷ୍ଠାତା ବ୍ରଜ କିଶୋର ତ୍ରିପାଠୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଶ୍ୟାମ ଗମ୍ଭୀର, ସୋସିଆଲିଷ୍ଟ ପାର୍ଟି ଅଫ ଇଣ୍ଡିଆର ସଭାନେତ୍ରୀ ରେଣୁ ଗମ୍ଭୀର, ପଶ୍ଚିମବଙ୍ଗର ସମାଜବାଦୀ ନେତା ପ୍ରଫେସର ନୁଜରାନ ଇସଲାମ ଓ ଅରୁଣ ସିଂ ଯୋଗ ଦେଇ ଉଦ୍‌ବୋଧନ ଥିଲେ।
ପ୍ରାରମ୍ଭରେ ଦଳର ମୁଖ୍ୟ ସଂଯୋଜକ ଓ ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ ସମର୍ଥନ ଜଣାଇଥିଲେ। ସଂପାଦକ ମନୋଜ ଜେନା ସଂପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଭାତ ସାମନ୍ତ, ଗୟାଧର ମଲ୍ଲିକ, ସରୋଜ ଶତପଥୀ, ଲଳିତ ମୋହନ ପଟ୍ଟନାୟକ, ଭ୍ରମର ପରିଡ଼ା, ଅମୀୟ ପାଣ୍ଡବ, ଶରତ ଜେନା, ନୟନା ରଂଜନ ଦାସ, ବୀରକିଶୋର ପରିଡ଼ା, ଶେଷଦେବ ପାତ୍ର, ମଦନ ନନ୍ଦ ଓ ରଶ୍ମିରଂଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର