ଅପରାହ୍ନରେ ଶପଥ ନେବେ ଗୋଆର ନୂଆ ବିଜେପି ମୁଖ୍ୟମନ୍ତ୍ରୀ: ଦୌଡ଼ରେ ଅନେକ, ଆଗରେ ଅଛନ୍ତି ପ୍ରମୋଦ ସାଓ୍ଵନ୍ତ

ପାଣାଜି: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର୍‌ଙ୍କର ଗତକାଲି ପରଲୋକ ଘଟିବା ପରେ ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଜେପି କାହାକୁ ଉପସ୍ଥାପିତ କରାଇବା ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିନ ୩ଟା ସୁଦ୍ଧା ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରବିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ପାରିକର ଇହଧାମ ତ୍ୟାଗ କରିବା ପରେ ଗୋଆରେ ଏବେ ରାଜନୈତିକ ସଂକଟ ଦେଖିବାକୁ ମିଳିଛି। ଏପଟେ ସୁଯୋଗ ନେଇ କଂଗ୍ରେସର ବିଧାୟକମାନେ ରାଜ୍ୟପାଳ ମୃଦୁଲା ସିହ୍ନାଙ୍କୁ ଭେଟି ଶାସନ କ୍ଷମତା ପାଇଁ ଦାବି କରିଥବା ଜାଣିବାକୁ ମିଳିଛି।

ମାତ୍ର ଶାସକ ଦଳ ବିଜେପି ବିରୋଧୀ ଦଳକୁ ଶାସନ କ୍ଷମତା ଦେବାକୁ ଅନିଚ୍ଛା ପ୍ରକାଶ କରି ନୂଆ ମୁଖ୍ୟମନ୍ତ୍ରୀ ଖୋଜିବାରେ ଲାଗିପଡ଼ିଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଗୋଆ ବିଧାନସଭା ମୁଖପାତ୍ର ପ୍ରମୋଦ ସାଓ୍ଵନ୍ତ। ଏହି ଦୌଡ଼ରେ ସୁଧିନ ଧଓ୍ଵାଲିକର, ବିଜୟ ସରଦେଶାଇ ମଧ୍ୟ ସାମିଲ୍‌ ରହିଛନ୍ତି।

ବିଜେପି ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍‌ ରାଣେ ମଧ୍ୟ ଜଣେ ସାମ୍ଭବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ପାରିକର୍‌ଙ୍କ ପରଲୋକ ପରେ ରବିବାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ବିଜେପି ବିଧାୟକ ଓ ସହଯୋଗୀମାନଙ୍କ ସହ ବୈଠକ କରିଥିଲେ। ବୈଠକରେ ସୁଧିନ ଧଓ୍ଵାଲିକର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଭେଟି ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ କହିଥିଲେ। ସେ କହିଥିଲେ କି ସେ ବିଜେପି ପାଇଁ ଅନେକ କିଛି କରିଛନ୍ତି। ମାତ୍ର ବିଜେପି ତାଙ୍କୁ ସେପରି କେବେ ଆଖି ଦୃଶିଆ ସମର୍ଥନ କରିନାହିଁ।

ସମ୍ବନ୍ଧିତ ଖବର