ଗୁଜରାଟିଙ୍କୁ ମୋଦିଙ୍କ ନିବେଦନ: କହିଲେ, ଜାତିକୁ ନେଇ ନୁହେଁ, ବିକାଶକୁ ନେଇ ଭୋଟ ଦିଅନ୍ତୁ 

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପତ୍ର ମାଧ୍ୟମରେ ଗୁଜରାଟର ଜନତାଙ୍କୁ ସନ୍ଦେଶ ଦେଇଛନ୍ତି। ଗୁଜରାଟର ଜନତାଙ୍କ ମଧ୍ୟରେ ବଣ୍ଟା ଯାଉଥିବା ପତ୍ରରେ ମୋଦି ନିବେଦନ କରିଛନ୍ତି, ଲୋକ ଜାତିବାଦ ନାମରେ ଭୋଟ ନଦେଇ ବିକାଶ ନାମରେ ଭୋଟ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ଗୁଜରାଟିରେ ଲେଖିଛନ୍ତି, ମନେକରନ୍ତୁ ୨୨ ବର୍ଷ ପୂର୍ବେ ଗୁଜରାଟ କ’ଣ ଥିଲା। ଆଜିର ଦିନରେ ଗୁଜରାଟ ବିକାଶର ବହୁ ଆଗରେ ପହଞ୍ଚିଛି। ଏଥି ପାଇଁ ଆମେ ଜାତିବାଦକୁ ନୁହେଁ, ବିକାଶ ବାଦକୁ ଗୁରତ୍ୱଦେବାର ସମୟ ଆସିଛି। ବିକାଶକୁ ନେଇ ଗୁଜରାଟ ମଜବୁତ କରାଯାଇ ପାରିବ। ବିକାଶବାଦ ଦ୍ୱାରା ଗୁଜରାଟରେ ସାମାଜିକ ନ୍ୟାୟ ମଜବୁତ ହୋଇପାରିବ। ପରିବାରବାଦକୁ ନୁହେଁ, ବିକାଶବାଦ ଦ୍ୱାରା ରାଜ୍ୟର ଗରିବଙ୍କୁ ସାହାଯ୍ୟ ମିଳିବ।

ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି, ଗୁଜରାଟରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ସେବା କରିବାକୁ ପୁଣି ଥରେ ସୁଯୋଗ ଦିଅନ୍ତୁ।  ବିକାଶ ପରଂପରା ଆଗକୁ ନେବାରେ ସାହାଯ୍ୟ କରନ୍ତୁ ବୋଲି ସେ କହିଛନ୍ତି। ସେ ଲେଖିଛନ୍ତି, ଗୁଜରାଟ ମୋର ଆତ୍ମା ଓ ଭାରତ ପରମାତ୍ମା।

ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଗୁଜରାଟ ବିକାଶ ପାଇଁ ସ୍ମରଣୀୟ ଭୂମିକା ତୁଲାଇଛନ୍ତି। ମୋଦି ଗୁଜରାଟ ବିକାଶ ମଡେଲକୁ ନେଇ ଦେଶରେ କ୍ଷମତାର ସିଂହାସନ ପାଇ ପାରିଛନ୍ତି। ଏହି କାରଣରୁ ବିରୋଧି ଦଳ ତାଙ୍କରି ଦୁର୍ଗରେ କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି। ଅପରପକ୍ଷେ ବିଜେପି ଗୁଜରାଟରେ ବିଜୟ ଧାର ଅବ୍ୟାହତ ରଖିବାକୁ ଲାଗିଛି। ଏମିତି ଲାଗୁଛି ଯେ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ମତଦାନ ହେଉଛି।

 

ସମ୍ବନ୍ଧିତ ଖବର