ଗୁଜରାଟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୬୮% ମତଦାନ

ଅହମଦାବାଦ୍‌ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୮୯ ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ଦକ୍ଷିଣ ଗୁଜରାଟ ସମେତ କଚ୍ଛ ଓ ସୌରାଷ୍ଟ୍ର ଅଂଚଳର ସମୁଦାୟ ୧୯ଟି ଜିଲ୍ଲାରେ ହୋଇଥିବା ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ରହିଥିଲା। ଏଥିରେ ୬୮ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ କମିସନ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ବନ୍ଦ ହୋଇଯାଇଥିବା ବେଳେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଆଗାମୀ ୧୪ ତାରିଖ ଦିନ ଅନୁଷ୍ଠିତ ହେବ ଏବଂ ୧୮ ତାରିଖ ଦିନ ଫଳାଫଳ ଘୋଷଣା ହେବ।

ଆଜି ଯେଉଁ ୮୯ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା, ସେହି ଆସନଗୁଡ଼ିକରେ ୨୦୧୨ରେ ୭୦.୭୭ ପ୍ରତିଶତ ମତଦାନ ହୋଇଥିଲା ସେଥିରୁ ୪୭.୮୫ ପ୍ରତିଶତ ଭୋଟ୍‌ ବିଜେପିକୁ ମିଳିଥିବା ବେଳେ ୯୮.୯୩ ପ୍ରତିଶତ ଭୋଟ୍‌ କଂଗ୍ରେସକୁ ମିଳିଥିଲା। ୨୦୧୨ ନିର୍ବାଚନରେ ଏହି ୮୯ ଆସନରୁ ୬୩ଟିରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୨୨ଟି ଏବଂ ଅନ୍ୟମାନଙ୍କୁ ୪ଟି ଆସନ ମିଳିଥିଲା।

ସମ୍ବନ୍ଧିତ ଖବର