୧୯ ଦିନରେ ପିଇଡ଼ ପାଣି ପିଇ ଅନଶନ ଭାଙ୍ଗିଲେ ହାର୍ଦ୍ଦିକ ପଟେଲ୍‌

ଅହମ୍ମଦାବାଦ୍‌: ପଟିଦାର ସମୁଦାୟ ପାଇଁ ସ୍ଥାନ ସରଂକ୍ଷଣ ବ୍ୟବସ୍ଥା ଓ ସଂପୃକ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଋଣ ସୁବିଧା ଦାବି କରି ପଟିଦାର ଅନାମତ ଆନ୍ଦୋଳନ ସମିତି(ପିଏଏଏସ୍‌) ଦଳର ନେତା ହାର୍ଦ୍ଦିକ ପଟେଲ ଆମରଣ ଅନଶନ(ହଙ୍ଗର୍‌ ଷ୍ଟ୍ରାଇକ୍‌)ରେ ବସିଥିବା ବେଳେ ବୁଧବାର ୧୯ ଦିନରେ ନିଜର ଅନଶନ ଭଙ୍ଗ କରିଛନ୍ତି। ପଟେଲ୍‌ଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ସମର୍ଥକମାନେ ଖାଦ୍ୟ ଖାଇବା ପାଇଁ ବାଧ୍ୟ କରିବା ପରେ ଯାଇ ସେ ପ୍ରଥମେ ପଇଡ଼ ପାଣି ଗ୍ରହଣ କରିଥିଲେ ବୋଲି ପଟେଲ କହିଛନ୍ତି।

୨୫ ବର୍ଷିଅ ଏହି ଯୁବନେତା ପୂର୍ବରୁ ଅନଶନରେ ବସିବାର ୧୩ ଦିନରେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା। ହାର୍ଦ୍ଦିକ ଅଗଷ୍ଟ ୨୫ ତାରିଖରୁ ଆମରଣ ଅନଶନ(ହଙ୍ଗର୍‌ ଷ୍ଟ୍ରାଇକ୍‌) କରି ଦାନାଟିଏ ବି ପାଟିକୁ ନେଇନଥିଲେ। ପୂର୍ବରୁ ସେ ଖାଦ୍ୟ ଗ୍ରହଣ କରୁନଥିଲେ। ମାତ୍ର ହଠାତ ଦିନେ ରାତିରେ ପାଣି ପିଇବା ବି ବନ୍ଦ କରି ଦେବାରୁ ଅଚାନକ ଭାବେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ପ୍ରଥମରୁ ସେ ପାଣି ପିଇବା ଛାଡ଼ି ଦେଇଥିଲେ। ମାତ୍ର ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ଦଳୀୟ ସଦସ୍ୟମାନେ ତାଙ୍କୁ ଜବର୍‌ଦସ୍ତ ପାଣି ପିଆଉଥିଲେ।

ପିଏଏଏସ୍‌ ଦଳ ପକ୍ଷରୁ ପୂର୍ବରୁ ଗୁଜୁରାଟ ସରକାରଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସରକାର ହାର୍ଦ୍ଦିକ ପଟେଲଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି ମଧ୍ୟ ହୋଇଥିଲା। ମାତ୍ର ସରକାର ଏହାକୁ ଅଣଦେଖା କରିବାରୁ ପଟେଲ ଶେଷରେ ପାଣି ଛାଡ଼ିବାରୁ ହସ୍ପିଟାଲ୍‌ ବି ଯିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର