ଏକାଠି କାମ କଲେ ଦଳ ଜିତିବ : ହେମାନନ୍ଦ

ଭୁବନେଶ୍ବର : ଶ୍ରୀକାନ୍ତ ଜେନାଙ୍କୁ ନେଇ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଜାରି ରହିଥିଲା ବେଳେ ଆଜି ଏହି ପ୍ରସଙ୍ଗରେ ପୁଣି ମୁହଁ ଖୋଲିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳ। ସେ କହିଛନ୍ତି, ସବୁ ମତଭେଦ ଭୁଲି ରାଜ୍ୟ କଂଗ୍ରେସ ନେତାମାନେ ଏକାଠି ହେବାର ଆବଶ୍ୟକତା ରହିଛି। ପଡ଼ୋଶୀ ରାଜ୍ୟରେ କଂଗ୍ରେସ କିପରି ଏକାଠି ଲଢ଼ି କ୍ଷମତାକୁ ଆସିଲା, ସେଥିରୁ ଆମ ‌େନତାମାନେ ଶିଖିବାର ଅଛି। ଯଦି ଏକାଠି ନ ଲଢ଼ିବେ, ତେବେ ଜିତିବା କଷ୍ଟକର ହୋଇପଡ଼ିବ। ତେଣୁ ଆପୋଷ ଆଲୋଚନା ମାଧ୍ୟମରେ ସବୁ ବିବାଦ ସମାଧାନ କରାଯିବା ଉପରେ ଶ୍ରୀ ବିଶ୍ବାଳ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର