ହିମାଚଳପ୍ରଦେଶ ନିର୍ବାଚନ: ୭୫% ମତଦାନ, ଡିସେମ୍ବର ୧୮କୁ ଅପେକ୍ଷା

ସିମଳା: ପାହାଡ଼ୀ ରାଜ୍ୟ ହାମାଚଳପ୍ରଦେଶରେ ଆଜି ଶାନ୍ତି ଶୃଙ୍ଖଳାର ସହ ବିଧାନସଭା ପାଇଁ ମତଦାନ ସରିଛି। ମୋ ୫୦,୨୫,୯୪୧ ଜଣ ଭୋଟରଙ୍କ ମଧ୍ୟରୁ ଚଳିତ ଥର ରେକର୍ଡ ୭୫.୫ ପ୍ରତିଶତ ସେମାନଙ୍କ ମତ ସାବ୍ୟସ୍ତ କରିଥିବା ଜଣାଯାଇଛି। ପୂର୍ବରୁ ୨୦୧୨ ମସିହାରେ ୭୩.୫୧ ପ୍ରତିଶତ ଏବଂ ୨୦୦୭ ଓ ୨୦୦୨ ବିଧାନସଭାରେ ଯଥାକ୍ରମେ ୭୨% ଏବଂ ୭୩% ମତଦାନ ହୋଇଥିଲା। ମୋଟ ୬୮ଟି ଆସନ ପାଇଁ ଶାସକ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ କଂଗ୍ରେସ ହାତରୁ ଶାସନ କ୍ଷମତା ଛଡ଼ାଇନେବ ବୋଲି ବିଜେପି ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି। ଅପରପକ୍ଷେ, ଏଥର ମଧ୍ୟ କ୍ଷମତା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ କହିଛନ୍ତି।

ଏହି ନିର୍ବାଚନରେ ବର୍ତ୍ତମାନର ୬୨ ଜଣ ବିଧାୟକଙ୍କ ସମେତ ୩୩୭ ଜଣ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ଡିସେମ୍ବର ୧୮ ତାରିଖରେ ଫଳାଫଳ ଘୋଷିତ ହେବାକୁ ଥିବା ବେଳେ ସେଦିନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ଉପବାଚସ୍ପତି ଜଗତ ସିଂହ ନେଗି, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୁମାଲଙ୍କ ସମେତ ଡଜନେରୁ ଅଧିକ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ସମ୍ବନ୍ଧିତ ଖବର