କଂଗ୍ରେସରେ ମିଶିଲେ ବିଜେଡି, ବିଜେପି ଓ ଆପ୍‌ର ଶତାଧିକ କର୍ମୀ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୫ ନମ୍ବର ଓ୍ଵାର୍ଡର ଶତାଧିକ କର୍ମୀ ବିଜେଡି, ବିଜେପି ଓ ଆମ୍‌ ଆଦ୍‌ମି ପାର୍ଟି(ଆପ୍‌) ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ଲୋୟର ପିଏମଜିରେ ଚାଷ ଓ ଚାଷୀ ସ୍ୱାର୍ଥ ବିରୋଧୀ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ବିରୁଦ୍ଧରେ ଅନୁଷ୍ଠିତ ସମାବେଶରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ଉଦ୍ୟମରେ ଉପରୋକ୍ତ ଦଳଗୁଡ଼ିକର କର୍ମୀମାନେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେମାନଙ୍କୁ କଂଗ୍ରେସ ଦଳରେ ଗ୍ରହଣ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରିଞ୍ଜୀବ ବିଶ୍ୱାଳ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ। ପ୍ରମୁଖ କର୍ମୀମାନଙ୍କ ମଧ୍ୟରେ ସିପ୍ରା ସେନାପତି, ସୁବ୍ରତ କୁମାର ସେନାପତି, ଚୌଧୁରୀ ବିଭୁଦତ୍ତ, ମୋହନ କୁମାର ଥାପ୍ପା, ଚିତ୍ତରଂଜନ ସ୍ୱାଇଁ, ବିଷ୍ଣୁଚରଣ ସାହୁ, ସତ୍ୟନାରାୟଣ ସେନାପତି, ସୁରେନ୍ଦ୍ର ସାହୁ, ସୋମନାଥ ହାତୀ, ସଂଗ୍ରାମ ବେହେରା, ରବିନ୍ଦ୍ର ହାତୀ, ସେକ୍‌ ମହମ୍ମଦ ତକ୍ୱିନ୍‌, ନାବ ବେହେରା, ସୁବାଷ ବେହେରା ଅନ୍ତର୍ଭକ୍ତ। ସିପ୍ରା ସେନାପତି ଗତ ବିଏମ୍‌ସି ନିର୍ବାଚନରେ ବିଜେଡି ତ୍ୟାଗ କରି ୫୫ ନମ୍ବର ଓ୍ଵାର୍ଡରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ।

ସମ୍ବନ୍ଧିତ ଖବର