ଆଜିଠୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପିର ଉପବାସ

ଭୁବନେଶ୍ୱର : ସଂସଦରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ହୋହଲ୍ଲା କରିବାରୁ ସଂସଦ କାର୍ଯ୍ୟରେ ବାଧା ଉପୁଜିଲା। ବିରୋଧୀମାନେ ସଂସଦରେ ବାରମ୍ବାର ଅଚଳାବସ୍ଥା ସୃଷ୍ଟି କରୁଛନ୍ତି। ବିରୋଧୀ ଦଳଙ୍କ ଏହି କାର୍ଯ୍ୟକଳାପକୁ ପ୍ରତିବାଦ କରି ଗୁରୁବାର ଦିନ ବିଜେପିର ସମସ୍ତ ସାଂସଦମାନେ ଦେଶର ବିଭିନ୍ନ ସ୍ଥାନରେ ଜିଲ୍ଲାପାଳଙ୍କ କାଯ୍ୟଳୟ ସମ୍ମୁଖରେ ଉପବାସ କରିବେ। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସାଂସଦମାନେ ଉପବାସରେ ବସିବେ ବୋଲି ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି ।

ଆଜି ରାଜ୍ୟ କାଯ୍ୟର୍ାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଲେ ଯେ, ଗୁରୁବାର ସକାଳ ୧୦ଟାରୁ ସଂଧ୍ୟା ୫ଟା ପଯ୍ୟର୍ନ୍ତ ଉପବାସ ପାଳନ କରାଯିବ । ରାଷ୍ଟ୍ରୀୟ ଉପ ସଭାପତି ଓ ସାଂସଦ ଓମ ପ୍ରକାଶ ମାଥୁର ଭୁବନେଶ୍ୱରରେ ହେବାକୁ ଥିବା ଉପବାସରେ ଯୋଗ ଦେବେ । ଏହି କାଯ୍ୟର୍କ୍ରମରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତା ସାମିଲ୍‌ ହେବେ । ସେହିପରି ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତଥା ସାଂସଦ ରାମ ବିଚାର ନେତମ ସମ୍ବଲପୁରର କଚେରୀ ଛକଠାରେ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡଠାରେ ଉପବାସ କରିବେ।

ଆସନ୍ତା ୧୪ତାରିଖରେ ରାଜ୍ୟର ସମସ୍ତ ମଣ୍ଡଳରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏବଂ ସାମାଜିକ ନ୍ୟାୟ ଦିବସ ପାଳନ କରାଯିବ। ଏହି ଦିନଠାରୁ ମେ ୫ ତାରିଖ ପଯ୍ୟର୍ନ୍ତ ଦେଶବ୍ୟାପୀ ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏପ୍ରିଲ ୧୮ରୁ ସମସ୍ତ ମଣ୍ଡଳରେ ସ୍ୱଚ୍ଛ ଭାରତ ପର୍ବ,ଏପ୍ରିଲ ୨୦ରେ ସମସ୍ତ ବ୍ଲକ ସ୍ତରରେ ଉଜ୍ଜ୍ୱଳା ପଞ୍ଚାୟତ ଦିବସ, ଏପ୍ରିଲ ୨୪ରେ ପଞ୍ଚାୟତ ସ୍ତରରେ ରାଷ୍ଟ୍ରୀୟ ପଞ୍ଚାୟତ ଦିବସ, ଏପ୍ରିଲ ୨୮ ରେ ଜିଲ୍ଲା ସ୍ତରରେ ଗ୍ରାମ ଶକ୍ତି ଦିବସ, ଏପ୍ରିଲ ୩୦ରେ ମଣ୍ଡଳ ସ୍ତରରେ ମୋଦିକେୟାର ହିତାଧିକାରୀ ଯୋଗ୍ୟ ସୂଚୀ ପ୍ରସ୍ତୁତି ସଚେତନା କାର୍ଯ୍ୟକ୍ରମ, ମେ ୨ରେ ବ୍ଲକ ସ୍ତରରେ କୃଷକ କଲ୍ୟାଣ କର୍ମଶାଳା ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର