ଆଇଆଇଏମ୍ ସମାବର୍ତ୍ତନ ଉତ୍ସବରେ ବିଜେପି ପାଇଁ ପ୍ରଚାର କରି ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା
ରାଞ୍ଚି/ ନୂଆଦିଲ୍ଲୀ: ରାଞ୍ଚିସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ (ଆଇଆଇଏମ୍)ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିବା ଅବସରରେ ନିଜ ଭାଷଣରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିବା ଘଟଣା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) କେନ୍ଦ୍ରମନ୍ତ୍ରୀଙ୍କ ଏତାଦୃଶ ଆଚରଣ ଆଦର୍ଶ ନିର୍ବାଚନ ଆଚରଣ ବିଧି (ଏମ୍ସିସି)ର ଉଲ୍ଲଂଘନ କରୁଥିବା ଦର୍ଶାଇ ତାଙ୍କ ବିରୋଧରେ ଖେଲଗାଓଁ ଥାନାରେ ଏକ ମାମଲା ଆଗତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସଂପର୍କରେ ରାଞ୍ଚି ଡେପୁଟି କମିଶନର ତଥା ରିଟର୍ଣ୍ଣିଂ ଅଫିସର ରାଇ ମହୀପତ ରାୟ ଗଣମାଧ୍ୟମକୁ କହିଛନ୍ତି, ‘ଆମେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ରାଞ୍ଚି ଆଇଆଇଏମ୍ରୁ ମନ୍ତ୍ରୀଙ୍କ ଭାଷଣର ଭିଡିଓ ରେକର୍ଡିଂ ମଗାଇ ଅନୁଧ୍ୟାନ କରୁଛୁ। ଏଥିସହ ଲୋକ ପ୍ରତିନିଧି ଆଇନ୍, ୧୯୫୧ର ଧାରା ୧୨୩ରେ ତାଙ୍କ ବିରୋଧରେ ଏକ ମାମଲା ଆଗତ କରି ତଦନ୍ତ କରୁଛୁ। କେନ୍ଦ୍ରମନ୍ତ୍ରୀ ଯଦି ଭାଷଣ ପ୍ରସଙ୍ଗରେ ଭୋଟ ପ୍ରଚାର କରିଥିବା ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧର ଉଲ୍ଲଂଘନ କରିଥିବାର ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’।