ଆଇଆଇଟିର ୫୦ ଛାତ୍ର ଗଢିଲେ ‘ବହୁଜନ ଆଜାଦ୍‌ ପାର୍ଟି’

ନୂଆଦିଲ୍ଲୀ: ଆଇଆଇଟିର ୫୦ ଜଣ ଛାତ୍ର ମିଶି ଏକ ରାଜନୈତିକ ଦଳ ଗଠନ କରିଥିବା ଜଣାଯାଇଛି। ଏହି ଦଳର ନାମ ହେଲା ‘ବହୁଜନ ଆଜାଦ ପାର୍ଟି ’। ଆଗାମୀ ଲୋକସଭା ନିର୍ବାଚନରେ ଏହି ଦଳ ପ୍ରାର୍ଥୀ ଦେବ ବୋଲି ମଧ୍ୟ କୁହାଯାଇଛି। ଏଥିପାଇଁ ଛାତ୍ରମାନେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଇତିମଧ୍ୟରେ ନିର୍ବାଚନ କମିଶନ୍‌ ମଧ୍ୟ ବହୁଜନ ଆଜାଦ୍‌ ପାର୍ଟିକୁ ନିର୍ବାଚନୀ ସଙ୍କେତ ମଧ୍ୟ ଦେଇଛନ୍ତି। ଶିକ୍ଷା,ସ୍ୱାସ୍ଥ୍ୟ,ରୋଜଗାର ଓ ଦୁର୍ନୀତି ଆଦି ଦଳର ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି। ଏହି ରାଜନୈତିକ ଦଳକୁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରମାନଙ୍କର ମଧ୍ୟ ସମର୍ଥନ ମିଳିଛି।

ଚଳିତ ସପ୍ତାହରେ ଦିଲ୍ଲୀରେ ବହୁଜନ ଆଜାଜ ପାର୍ଟି ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବ। ୨୦୧୫ରେ ଆଇଆଇଟି ‘ଦିଲ୍ଲୀ’ରୁ ଟେକ୍‌ସଟାଇଲ୍‌ସରେ ବିଟେକ୍‌ ପାସ୍‌ କରିଥିବା ନବୀନ କୁମାର ବହୁଜନ ଆଜାଦ ପାର୍ଟିର ନେତୃତ୍ୱ ନେଉଛନ୍ତି। ସେ କହିଛନ୍ତି ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଉପଯୁକ୍ତ ଅଧିକାର ମିଳୁ ବୋଲି ସେ ଚାହାଁନ୍ତି।

ସମ୍ବନ୍ଧିତ ଖବର