ବିଜେପି କ’ଣ ହିନ୍ଦୁବାଦ ମଧ୍ୟକୁ ତାଲିବାନୀବାଦ ଆଣୁଛି: ଶଶି ଥରୁର

ତିରୁବନନ୍ତପୁରମ୍‌: ଭାରତୀୟ ଜନତା ପାର୍ଟି ବିରୋଧରେ ‘ହିନ୍ଦୁ ପାକିସ୍ତାନ’ ମନ୍ତବ୍ୟ ବିବାଦ ସୃଷ୍ଟି କରିବାର କିଛି ଦିନ ପରେ କଂଗ୍ରେସ ଲୋକସଭା ସାଂସଦ ଶଶି ଥରୁର ପୁଣି ଥରେ ଶାସକ ଦଳକୁ ସମାଲୋଚନା କରି ପଚାରିଛନ୍ତି ହିନ୍ଦୁବାଦରେ ସେମାନେ ତାଲିବାନର ରୂପରେଖ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି କି?

କେରଳର ତିରୁବନନ୍ତପୁରମ ଠାରେ ଦଳର ଏକ କାର୍ଯ୍ୟକ୍ରମରେ ଥରୁର କହିଲେ ତାଙ୍କୁ ପାକିସ୍ତାନ ଚାଲି ଯିବା ପାଇଁ କହିବାକୁ ବିଜେପି କେହି ନୁହେଁ।

ସେମାନେ ମୋତେ ପାକିସ୍ତାନ ଚାଲିଯିବାକୁ କହୁଛନ୍ତି। ମୁଁ ଯେ ତାଙ୍କ ପରି ଜଣେ ହିନ୍ଦୁ ନୁହେଁ ଏବଂ ଭାରତରେ ରହି ପାରିବି ନାହିଁ: ଏ କଥାର ନିଷ୍ପତ୍ତି ନେବାକୁ ସେମାନଙ୍କୁ ଅଧିକାର ଦେଲା କିଏ? ସେମାନେ କ’ଣ ହିନ୍ଦୁବାଦରେ ତାଲିବାନୀବାଦ ଆରମ୍ଭ କଲେଣି?

ଶଶି ଥରୁର କହିଛନ୍ତି: ବିଜେପିର ‘ହିନ୍ଦୁ ରାଷ୍ଟ୍ର’ ଯୁକ୍ତି ଖୁବ୍‌ ବିପଜ୍ଜନକ। ଏହା ଦେଶକୁ ଛାରଖାର କରିଦେବ।

ଗତ ସପ୍ତାହରେ କେରଳରେ ଅନ୍ୟ ଏକ ଦଳୀୟ କାର୍ଯ୍ୟକ୍ରମରେ ଥରୁର କହିଥିଲେ ଯଦି ୨୦୧୯ରେ ବିଜେପି ଲୋକସଭାକୁ ପୁନର୍ନିବାଚିତ ହୁଏ ସମ୍ବିଧାନ ବିପଦ୍‌ଗ୍ରସ୍ତ ହେବ।

ସମ୍ବନ୍ଧିତ ଖବର