ରାହୁଲଙ୍କ ସହ କିଏ ଏହି ଗ୍ଲାମର୍‌ ଗର୍ଲ? ସୋସିଆଲ୍ ମିଡିଆ କହୁଛି ପର୍ଣ୍ଣଷ୍ଟାର୍‌ ! ଜାଣନ୍ତୁ ଏହି ଫଟୋ ପଛର ସତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ବର୍ଷ ବର୍ଷ ଧରି ସୋସିଆଲ୍‌ ମିଡିଆରେ ରହି ଚର୍ଚ୍ଚାର ପରିସରକୁ ଆସିଛି। ଫଟୋରେ ରାହୁଲଙ୍କ କଡ଼ରେ ଛିଡ଼ା ହୋଇଥିବା ମହିଳା ଜଣକ ଜଣେ ପର୍ଣ୍ଣଷ୍ଟାର୍‌ ବୋଲି କଥା ଉଠିଛି। ଫଟୋଟି ୨୦୧୮ ମସିହା ଡିସେମ୍ବର ୫ ତାରିଖରେ ଆତ୍ମା ରାମ ଥପାଲିଆ ନାମକ ଜଣେ ଯୁବକ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଦେବା ସହ ରାହୁଲଙ୍କୁ ତାତ୍ସଲ୍ୟ କରି ‘ପଇତାଧାରୀ ବ୍ରାହ୍ମଣ’ ବୋଲି ଥଟ୍ଟା କରି ପୋଷ୍ଟ୍‍ କରିଥିଲେ।

ଫଟୋ କ୍ୟାପ୍‌ସନ ବ୍ୟତୀତ ଫଟୋ ଉପରେ ସେ ଏହି ମହିଳା ଜଣକ ଜଣେ ପର୍ଣ୍ଣଷ୍ଟାର ବୋଲି ମଧ୍ୟ ଲେଖିଥିବାର ଦେଖିବାକୁ ମିଳିଛି। ଫଟୋରେ ଲେଖାଯାଇଛି ଯେ ‘ପର୍ଣ୍ଣଷ୍ଟାର୍‌ ନଥାଲିଆ ରାମୋସ ପପୁଙ୍କ ସହ ଆମେରିକାର ସବୁଠାରୁ ବଡ଼ ହୋଟେଲ୍‌ରେ। ସେହେଜାଦେ ବ୍ୟାଙ୍କ୍‌ ଧାଡ଼ିରେ ରହି ଯେଉଁ ୪,୦୦୦ ଟଙ୍କା କାଢ଼ିଥିଲେ ତାହା ଆଜି ଖର୍ଚ ହେଲା।’ ପରେ ଏହି ଫଟୋଟି ସୋସିଆଲ୍‌ ମିଡିଆରେ ଆକାଉଣ୍ଟ୍‌ରୁ ଆକାଉଣ୍ଟ୍‌କୁ ଡେଇଁବାରେ ଲାଗିଥିଲା।

ମାତ୍ର ବାସ୍ତବରେ ଏହି ଫଟୋ ପଛର କାହାଣୀ ଭିନ୍ନ। ରାହୁଲଙ୍କ ନାମରେ ଉଠିଥିବା ଅପବାଦ ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଛି। ତେବେ, ଜାଣିବାକୁ ମିଳିଛି ଯେ ରାହୁଲଙ୍କ ସାଥିରେ ଛିଡ଼ା ହୋଇ ଫଟୋ ପୋଜ୍‌ ଦେଇଥିବା ମହିଳା ଜଣକ କୌଣସି ପର୍ଣ୍ଣଷ୍ଟାର ନୁହଁନ୍ତି, ବରଂ ସ୍ପାନିସ୍‌ ଅଭିନେତ୍ରୀ ନଥାଲିଆ ରାମୋସ୍‌।

ଏହି ଫଟୋକୁ ନେଇ ବହୁ ତନାଘନା ହେବା ପରେ ଜଣାପଡ଼ିଲା ଯେ ଏହା ହେଉଛି ୨ ବର୍ଷ ତଳର ଫଟୋ। ଫଟୋଟିକୁ ୨୦୧୭ ମସିହା ସେପ୍ଟେମ୍ବର ୧୪ ତାରିଖରେ ଅଭିନେତ୍ରୀ ନଥାଲିଆ ରାମୋସ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ୍‌ରେ ସେୟାର୍‌ କରିଥିଲେ।

ସେ ଫଟୋଟି ସେୟାର୍‌ କରି ସେ ଲେଖିଥିଲେ, ‘କାଲି  ସୁନ୍ଦର ଓ ଖୁସ୍‌ମିଜାଜ୍‌ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲି। ଦୁନିଆର ସବୁ ବିଷୟରେ ଜାଣିଥିବା ଜଣେ ଏପରି ବ୍ୟକ୍ତିତ୍ୱଙ୍କ ସହ ଭେଟିବାର ସୌଭାଗ୍ୟ ମିଳିଥିବାରୁ ମୁଁ ନଜକୁ ଖୁବ୍‌ ଭାଗ୍ୟଶାଳୀ ମଣୁଛି। କେବଳ ଖୋଲା ମିଜାଜ ଓ ଖୋଲା ମନ ନେଇ ହିଁ ଆମେ ଦୁନିଆରେ ଭଲ ସ୍ଥାନ ବନାଇ ପାରିବା। ଏପରି ସୁଯୋଗ ଦେଇଥିବାରୁ ‘ବର୍ଗଗ୍ରେନ୍‌ ସଂସ୍ଥା’କୁ ଅଶେଷ ଧନ୍ୟବାଦ୍‌।’

ବିଭିନ୍ନ ଆଡୁ ଏହି ଫଟୋକୁ ନେଇ ଖୋଳତାଡ ଆରମ୍ଭ ହେବାରୁ ‘ହଫ୍‌ପୋଷ୍ଟ୍‍’ରେ ଲେଖାଯାଇଥିବା ଏକ ଆର୍ଟିକିଲ୍‌ ହସ୍ତଗତ ହୋଇଥିଲା। ଆର୍ଟିକିଲ୍‌ଟିକୁ ଲେଖିଥିଲେ ‘ବର୍ଗଗ୍ରେନ୍‌ ସଂସ୍ଥା’ର ପ୍ରେସିଡେଣ୍ଟ୍‌ ନିକୋଲାସ୍‌ ବର୍ଗଗ୍ରେନ୍‌। ଏହା ବ୍ୟତୀତ ସେଦିନର ଏକ ଭିଡିଓ ବି ଦେଖିବାକୁ ମିଳିଥିଲା। ବାସ୍ତବ କଥାଟି ହେଉଛି ରାହୁଲ ଗାନ୍ଧୀ ୨୦୧୭ ମସିହା ସେପ୍ଟେମ୍ବର ୧୧ ତାରିଖରେ ‘ବର୍ଗଗ୍ରେନ୍‌ ସଂସ୍ଥା’ ପକ୍ଷରୁ ହେଉଥିବା ଏକ ଉତ୍ସବରେ ଭାଗ ନେଇଥିଲେ। ଏହି ଫଟୋଟି ସେହି ଦିନର।

ନଥାଲିଆ ରାମୋସ ହେଉଛନ୍ତି ଆମେରିକାର ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ। ସେ ଚଳଚ୍ଚିତ୍ର ସହ େଓ୍ଵବ୍‌ ସିରିଜ୍‌ରେ ବି ଅଭିନୟ କରିଛନ୍ତି। ପୂର୍ବରୁ ୨୦୧୭ ମସିହାରେ ବି ଏହି ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ନଥାଲିଆ ରାମୋସଙ୍କୁ ଅନେକ ଲୋକ ରାହୁଲଙ୍କ ପ୍ରେମିକା ବୋଲି ଦାବି କରିଥିଲେ। ସେ ସମୟରେ ଗଣମାଧ୍ୟମର ଏହା ଏକ ବିରାଟ ଚର୍ଚ୍ଚା ପଲଟିଥିଲା।

ସମ୍ବନ୍ଧିତ ଖବର