୨୯ରେ କଂଗ୍ରେସ ର‍୍ୟାଲି : ଓଡ଼ିଶାରୁ ଯୋଗଦେବେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ନୂଆଦିଲ୍ଲୀ : ଆସନ୍ତା ରବିବାର ଦିନ ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସ ଦ୍ୱାରା ଆୟୋଜନ ହେବାକୁ ଥିବା ଜନ ଆକ୍ରୋଶ ର‍୍ୟାଲିରେ ଓଡ଼ିଶାରୁ ୨୦୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସିର ଓଡ଼ିଶା ପ୍ରଭାରୀଙ୍କ ସମେତ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରସ୍ତାବିତ ର‍୍ୟାଲିରେ ଯୋଗଦେବେ। ଦେଶରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ସହିତ ଅସହିଷ୍ଣୁତା ବିରୋଧରେ କଂଗ୍ରେସ ନେତାମାନେ ରାମଲୀଳା ମଇଦାନ୍‌ରେ ମୋଦି ସରକାରଙ୍କ ବିରୋଧରେ ଗର୍ଜିବେ ବୋଲି କୁହାଯାଉଛି। ଦେଶରେ ବର୍ତ୍ତମାନ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରୁଛନ୍ତି। ଏପ୍ରିଲ ୨୯ର ଜନ ଆକ୍ରୋଶ ର‍୍ୟାଲିରେ ଯୋଗଦେବାପାଇଁ ଏଆଇସିସି ପକ୍ଷରୁ ସବୁ ରାଜ୍ୟର କଂଗ୍ରେସ କର୍ମୀମାନଙ୍କୁ ଦିଲ୍ଲୀର ରାମଲୀଳା ମଇଦାନକୁ ଆସିବାପାଇଁ ଆହ୍ଵାନ କରାଯାଇଛି।

ସମ୍ବନ୍ଧିତ ଖବର