ବୈଜୟନ୍ତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ମୁଖପାତ୍ର ପଦବି ବି ମିଳିଲା

ଭୁବନେଶ୍ବର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ଏକ ବଡ଼ ପୁରସ୍କାର େଦଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଶ୍ରୀ ପଣ୍ଡାଙ୍କୁ  ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି େଦଇଛନ୍ତି। କେବଳ ସେତିକି ନୁେହଁ, ତାଙ୍କୁ ଦଳର ମୁଖପାତ୍ର ଭାବେ ମଧ୍ୟ ଦାୟିତ୍ବ ଦିଆଯାଇଛି। ବିଜେପି ହେଡକ୍ବାଟର୍ସ ଦାୟିତ୍ବରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଦସ୍ତଖତରେ ଏହି ନିେର୍ଦଶନାମା ଜାରି େହାଇଛି।

ଅନ୍ୟପଟରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୈଜୟନ୍ତ େକନ୍ଦ୍ରାପଡା େଲାକସଭା ଆସନରୁ ଲଢିବେ। ଆସନ୍ତା ୧୧ ତାରିଖ ଦିନ େସ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଉଛନ୍ତି। ଏହିଦିନ ଦଳର କର୍ମୀମାନେ ତାଙ୍କୁ ନିର୍ବାଚନମଣ୍ଡଳୀକୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ବିଜେପିରେ େଯାଗଦେବାର େକଇ ମୁହୂର୍ତ ପରେ ବୈଜୟନ୍ତଙ୍କୁ ଏଭଳି ଦାୟିତ୍ବ ରାଜ୍ୟ ବିେଜପି ଶିବିରରେ ଚର୍ଚ୍ଚାର ବିଷୟ େହାଇଛି। ଦଳର ଜଣେ ବରିଷ୍ଠ େନତା କହିଛନ୍ତି, ପୂର୍ବ ଭାରତରେ ବିଜେପିର ଶକ୍ତି ବୃଦ୍ଧି ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବହୁ ପୂର୍ବରୁ ସୂଚନା େଦଇଥିଲେ। ଏହି କ୍ରମରେ ଓଡ଼ିଶାରେ ବିେଜପି ଆଗକୁ କ୍ଷମତା ଦଖଲ କରିବା ଲାଗି କସରତ ଆରମ୍ଭ କରିଛି। ଏଣୁ କେବଳ ବିେଜଡି େଯ ଜଣକୁ ସ୍ବୀକୃତି େଦବ, ଅନ୍ୟମାେନ େଦବେ ନାହିଁ, ଏକଥା ଭୁଲ। ବିେଜଡି ବା କେଂଗ୍ରସରୁ ଦକ୍ଷ େନତୃତ୍ବ ଆସିଲେ ଦଳ ଯେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବ ନାହିଁ ବା ପାରମ୍ପରିକ ଭାବେ ଦଳରେ ରହି ଆସିଥିବା େନତା କେବଳ ଏହାର ହକଦାର ଏକଥା ଭୁଲ ପ୍ରମାଣିତ କରିବା ପାଇଁ ଏହାକୁ ଏକ ସଙ୍କେତ ଭାବେ ବ୍ୟବହାର କରାଯାଇପାରେ।

ଉେଲ୍ଲଖଯୋଗ୍ୟ, ବିେଜଡି ସହିତ ସଂପର୍କ ତିକ୍ତ େହବା ପରେ ଦଳ ତାଙ୍କୁ ବିଦା କରିଥିଲା ଓ ପରେ ସେ ସାଂସଦ ପଦରୁ ଇସ୍ତଫା େଦଇଥିଲେ। ନିକଟରେ ନୂଆଦିଲ୍ଲୀରେ ତାଙ୍କର ବିେଜପି େଯାଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ େହାଇଥିଲା।

ସମ୍ବନ୍ଧିତ ଖବର