ଜିନ୍ଦ ଉପନିର୍ବାଚନ : ବିଜେପି ଜିତିଲା ବୋଲି କଂଗ୍ରେସ ଆଣିଲା ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ

ନୂଆଦିଲ୍ଲୀ : ରାଜସ୍ଥାନର ୨ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ସିଟରେ ଜିତିଛନ୍ତି । କଂଗ୍ରେସ ରାମଗଡ ଆସନରେ ଜିତିଥିବାବେଳେ ବିଜେପି ଜିନ୍ଦ ଆସନରେ ଜିତିଛି । କଂଗ୍ରେସ ନେତ୍ରୀ ସାଫିଆ ଜୁବେର ରାମଗଡ଼ ବିଧାନସଭା ଆସନରେ ଜିତିଥିବାବେଳେ ବିଜେପିର କ୍ରିଷ୍ଣ ଲାଲ ମିନ୍ଧା ଜିନ୍ଦରୁ ଜିତିଛନ୍ତି ।

କିନ୍ତୁ ଜିନ୍ଦ ଆସନ ଉପରେ ସମସ୍ତଙ୍କ ନଜର ଥିଲା । କାରଣ ଏଠାରୁ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁର୍ଜେଓ୍ଵାଲା ଛିଡା ହୋଇଥିଲେ । ମିନ୍ଧା ପ୍ରାୟ ୧୨ ହଜାର ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ ଜନନାୟକ ଜନତା ପାର୍ଟିର ଦିଗବିଜୟ ଚୌଟାଲାଙ୍କୁ ହରାଇଥିବାବେଳେ ରଣଦୀପ ୩ୟ ସ୍ଥାନରେ ରହିଛି । କିନ୍ତୁ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରୁନାହିଁ କଂଗ୍ରେସ, ଏଥିରେ ଇଭିଏମ ଟ୍ୟାମ୍ପରିଂ ହୋଇଥିଲା ବୋଲି ଦଳ ଅଭିଯୋଗ କରିଛି । ଏହି ବିଜୟ ପରେ ରାଜ୍ୟରେ ମୋଟ ୨୦୦ ସିଟରୁ କଂଗ୍ରେସର ସିଟ ସଂଖ୍ୟା ୧୦୦ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର