ଜ୍ୟୋତିର୍ମୟୀ ଅତାବିରା ଏନ୍‌ଏସି ଉପାଧ୍ୟକ୍ଷା

ଅତାବିରା : ସୋମବାର ଅତାବିରା ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନରେ ୱାର୍ଡ ନଂ-୭ କାଉନ୍‌ସିଲର ଜ୍ୟୋତିର୍ମୟୀ ଦାଶ ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି। ତାଙ୍କ ନାମରେ ୨ଟି ସେଟ୍‌ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଏହାପୂର୍ବରୁ ଗତ ୩ ତାରିଖ ଏନ୍‌ଏସି ନିର୍ବାଚନରେ ୧୨ଟି ଯାକ ବିଜେଡି କ୍ଳିନ୍‌ ସୁଇପ୍‌ କରିଥିବା ବେଳେ ୫ ତାରିଖରେ ଦୀପାଂଜଳି ଭରାସାଗର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର