ଭୋପାଳରୁ ଲୋକସଭା ପ୍ରାର୍ଥୀ ରୂପେ କଂଗ୍ରେସରୁ ଲଢ଼ିପାରନ୍ତି ବଲିଉଡ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌

ଭୋପାଳ: ମଧ୍ୟପ୍ରଦେଶର ଦୁଇଜଣ କଂଗ୍ରେସ ନେତା ଆଗାମୀ ସାଧାରଣ ନିର୍ବାଚନରେ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କୁ ଭୋପାଳରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ କରାଇବା ଲାଗି ଦାବି କରିଛନ୍ତି। ଏହି ଦୁଇ ଜଣ ନେତା ହେଲେ ଗୁଡୁ ଚୌହାନ ଓ ଅନୀସ ଖାନ୍‌। ସେମାନେ କହିଛନ୍ତି ଯେ,କରିନାଙ୍କର ଯୁବ ପ୍ରଶଂସକଙ୍କ ସଂଖ୍ୟା ଅଧକ ହୋଇଥିବା ହେତୁ ତାଙ୍କୁ ଭୋପାଳରୁ ପ୍ରାର୍ଥୀ କରାଯାଉ।


କରିନା କପୁର ଖାନ୍‌ଙ୍କ ଶଶୁର ମନସୁର ଅଲ୍ଲୀ ଖାନ୍‌ ପଟୌଦି ଭୋପାଳରୁ ୧୯୯୧ ମସିହାରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ଲଢିଥିଲେ ,ମାତ୍ର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁଶୀଲ ଚନ୍ଦ୍ରଙ୍କ ଠାରୁ ପରାଜିତ ହୋଇଥିଲେ। ବର୍ମା ପଟୌଦିଙ୍କୁ ଏକ ଲକ୍ଷ ଭୋଟ୍‌ ବ୍ୟବଧାନରେ ହରାଇଥିଲେ। ଏଣୁ କରିନାଙ୍କୁ ଏଠାରୁ ପ୍ରାର୍ଥୀ କରାଯିବା ଉଚିତ ବୋଲି ଦୁଇ ନେତା କହିଛନ୍ତି। ସେମାନେ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଏ ସଂପର୍କରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସହିତ ଆଲୋଚନା କରାଯିବ। ତେବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାକୁ ନେଇ ପ୍ରତିକ୍ରିୟାରେ କୁହାଯାଇଛି ଯେ,କଂଗ୍ରେସର ସ୍ଥାନୀୟ ନେତାଙ୍କର ଅଭାବ ଥିବା ହେତୁ କଂଗ୍ରେସ ମୁମ୍ବାଇରୁ ବଲିଉଡ ଅଭିନେତ୍ରୀଙ୍କୁ ଟିକେଟ୍‌ ଦେବାକୁ ଚାହୁଁଛି।

ସମ୍ବନ୍ଧିତ ଖବର