କର୍ଣ୍ଣାଟକ ନିର୍ବାଚନ: ନିର୍ବାଚନ ପରେ କଂଗ୍ରେସ ‘ପିପିପି’ ହେବ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ର‍୍ୟାଲିରେ ଉଦ୍‌୍‌ବୋଧନ ଦେଇ କଂଗ୍ରେସ ଏବଂ ଜେଡିଏସ୍‌କୁ କଡ଼ା ପ୍ରହାର କରିଛନ୍ତି। ପ୍ରଥମେ ତୁମକୁର ଏବଂ ପରେ ଗଡ଼ଗ୍‌ରେ ଅନୁଷ୍ଠିତ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ଉଦ୍‌୍‌ବୋଧନ ଦେଇଥିଲୋ। ଚଳିତ କର୍ଣ୍ଣାଟକ ନିର୍ବାଚନରେ ଭୋଟର୍‌୍‌ମାନେ କଂଗ୍ରେସକୁ ‘ପିପିପି’ରେ ପରିଣତ କରିବେ ବୋଲି ମୋଦି କହିଥିଲେ। ପିପିପିର ଅର୍ଥ ବୁଝାଇ ମୋଦି କହିଥିଲେ ଯେ କଂଗ୍ରେସ ଏହି ନିର୍ବାଚନ ପରେ କେବଳ ପଂଜାବ, ପୁଡୁଚେରି ଏବଂ ପରିବାର କଂଗ୍ରେସ ଭାବେ ସୀମିତ ରହିବ। ପ୍ରଧାନମନ୍ତ୍ରୀ ଆଜି ଜେଡିଏସ୍‌କୁ ମଧ୍ୟ କଡ଼ା ସମାଲୋଚନା କରି କଂଗ୍ରେସ ସହିତ ଏହି ଦଳ ଗୁପ୍ତ ବୁଝାମଣା କରିଛି ବୋଲି କହିଥିଲେ। କଂଗ୍ରେସ ଦୀର୍ଘ ବର୍ଷ ଧରି କେବଳ ଭୋଟ୍‌ ହାସଲ ପାଇଁ ‘ଗରିବି ହଟାଓ’ ସ୍ଲୋଗାନ ଦେଇ ଚାଲିଥିବା ବେଳେ ବାସ୍ତବରେ ଗରିବ ଓ କୃଷକଙ୍କ କୌଣସି କଲ୍ୟାଣ କରିନାହିଁ ବୋଲି ମୋଦି କହିଥିଲେ। ଜେଡିଏସ୍‌କୁ ଭୋଟ୍‌ ଦେବା କେବେ ବି ବିଜ୍ଞତାର କାମ ହେବନାହିଁ ବୋଲି ଦର୍ଶାଇ ମୋଦି କହିଥିଲେ ଯେ ଏବେ କର୍ଣ୍ଣାଟକରେ ଯଦି କେହି ସରକାରକୁ ବଦଳାଇବାକୁ ସକ୍ଷମ ତା’ହେଲେ ଏହା ବିଜେପି ଛଡ଼ା ଆଉ କେହିନୁହେଁ। ପରଦା ପଛରେ ଜେଡିଏସ୍‌-କଂଗ୍ରେସ ବୁଝାମଣା ହୋଇଛି ବୋଲି ମୋଦି କହିଥିଲେ।

ସମ୍ବନ୍ଧିତ ଖବର