କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ ଜାରି କଲା ୨୧୮ ପ୍ରାର୍ଥୀଙ୍କ ତାଲିକା, ୧୪ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ୨୧୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀଧରମୋୟା ଚାମୁଣ୍ଡେଶ୍ୱରୀ ଆସନରୁ ନିର୍ବାଚନ ଲଢିବେ ଓ ତାଙ୍କ ପୁଅ ୟେତେନ୍ଦ୍ରଙ୍କୁ ବରୁଣା ଆସନରୁ ନିର୍ବାଚନ ଲଢିବେ । ଏହା ବ୍ୟତୀତ ମଲ୍ଲିକାଅର୍ଜୁନଙ୍କ ପୁଅ ଓ ବର୍ତ୍ତମାନର ବିଧାୟକ ପ୍ରିୟଙ୍କ ଖଡଗେଙ୍କୁ ଛତିଆପୁର ଆସନରୁ ଲଢିବା ପାଇଁ ଟିକେଟ ମିଳିଛି ।

୩୦ ଜଣ ନେତା ନିଜ ପିଲାଙ୍କ ପାଇଁ ମାଗୁଥିଲେ ଟିକେଟ

କଂଗ୍ରେସର ପ୍ରାୟ ୩୦ଜଣ ନେତା ନିଜ ପୁଅ ଝିଅଙ୍କୁ ନିର୍ବାଚନରେ ଲଢିବା ପାଇଁ ଟିକେଟ ମାଗୁଥିଲେ, କିନ୍ତୁ ଏଥି ମଧ୍ୟରୁ ପାଞ୍ଚ ଜଣଙ୍କୁ ଟିକେଟ ମିଳିିଛି । ମୁଖ୍ୟମନ୍ତ୍ରୀଙ୍କ ପୁଅ ୟିତେନ୍ଦ୍ର, ରାମଲିଙ୍ଗା ରେଡିଙ୍କ ଝିଅ ସୌମ୍ୟା, କିଶନପାଙ୍କ ପୁଅ ଓ ମଲ୍ଲିକାଅର୍ଜୁନଙ୍କ ପୁଅଙ୍କୁ ଟିକେଟ ମିଳିଛି । ଏଥିମଧ୍ୟରୁ କେତେ ଜଣ ବର୍ତ୍ତମାନ ବିଧାୟକ ମଧ୍ୟ ଅଛନ୍ତି ।

୧୪ ବିଧାୟକଙ୍କୁ ମିଳିଲାନି ଟିକେଟ

କଂଗ୍ରେସ ତାର ବର୍ତ୍ତମାନର ୧୪ଜଣ ବିଧାୟକଙ୍କୁ ଟିକେଟ ଦେଇ ନାହଁ । ଏହା ଉପରେ ପାର୍ଟିର ଅଧ୍ୟକ୍ଷ କହିଛନ୍ତି, ଆମେ ପାର୍ଟିର କର୍ମକର୍ତ୍ତା ଓ ପାର୍ଟି ପାଇଁ କାମ କରୁଥିବା କର୍ମୀଙ୍କୁ ଟିକେଟ ଦିଆଯିବ । ବର୍ତ୍ତମାନ କଂଗ୍ରେସ ପାଖରେ ୧୨୨ଟି ସିଟ୍‌ ଥିବା ବେଳେ ବିଜେପି ପାଖରେ ୪୩ ଓ ଜେଡିଏସ୍‌ ପାଖରେ ୩୭ଟି ସିଟ୍‌ ଅଛି ।

ସମ୍ବନ୍ଧିତ ଖବର