କର୍ଣ୍ଣାଟକ ନିର୍ବାଚନ: ମୋଦିଙ୍କୁ ରାହୁଲଙ୍କ ‘୫ ମିନିଟ୍‌ ଚ୍ୟାଲେଂଜ’

ବେଙ୍ଗାଲୁରୁ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫ ମିନିଟ୍‌ କହିବା ପାଇଁ ଚ୍ୟାଲେଂଜ ଦେଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାହୁଲଙ୍କୁ କର୍ଣ୍ଣାଟକ ବିକାଶ ଉପରେ ୧୫ ମିନିଟ୍‌ କହିବା ପାଇଁ ଚ୍ୟାଲେଂଜ ଦେଇଥିଲେ। ଆଜି ରାହୁଲ କହିଛନ୍ତି ଯେ ବିଜେପି ଦୁର୍ନୀଗ୍ରସ୍ତ ନେତାଙ୍କୁ ଏଥର ନିର୍ବାଚନରେ ନିକଟ ଦେଇଛି ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍‌ ୟେଦୁରପ୍ପା ମଧ୍ୟ ଜଣେ ଦୁର୍ନୀତି ଅଭିଯୁକ୍ତ। ପ୍ରଧାନମନ୍ତ୍ରୀ ମୋଦି ଏହି ନେତାମାନଙ୍କ ସପଂର୍କରେ ୫ ମିନିଟ୍‌ କହିବା ପାଇଁ ରାହୁଲ ଚ୍ୟାଲେଂଜ କରିଛନ୍ତି। ଏ ବାବଦରେ ‘କର୍ଣ୍ଣାଟକର ମୋଷ୍ଟ ଓ୍ଵାଣ୍ଟେଡ’ ଶୀର୍ଷକ ଏକ ଭିଡିଓ ଟ୍ଵିଟ୍‌ କରି ରାହୁଲ କହିଛନ୍ତି ଯେ ବିଜେପିର ଭ୍ରଷ୍ଟ ନେତାଙ୍କ ସଂପର୍କରେ ମୋଦି ୫ ମିନିଟ୍‌ କହିବା ପାଇଁ ସେ ଦେଇଥିବା ଚ୍ୟାଲେଂଜ ସ୍ୱୀକାର କରନ୍ତୁ। ମୋଦିଙ୍କ କଥା ଓ କାମ ମଧ୍ୟରେ ତାଳମେଳ ରହୁନାହିଁ। ବିଜେପି ଖଣି ଦୁର୍ନୀତିରେ ସଂପୃକ୍ତ ରେଡ୍ଡି ବ୍ରଦର୍ସ ଗ୍ୟାଙ୍ଗ୍‌ର ୮ ଜଣଙ୍କୁ ଟିକଟ ଦେଇଛି ବୋଲି ରାହୁଲ କହିଛନ୍ତି । ୩୫ ହଜାର କୋଟି ଟଙ୍କାର ବେଆଇନ ଖଣି ଖନନ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଟିକଟ ଦେଇଥିବା ବିଜେପି ଏବେ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର