କର୍ଣ୍ଣାଟକରେ ସରକାର ଭାଙ୍ଗିବାକୁ ବିଜେପିର ଉଦ୍ୟମ : ସଙ୍କଟରେ କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାର !

କର୍ଣ୍ଣାଟକ : ସଙ୍କଟରେ କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାର । ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ କର୍ଣ୍ଣାଟକ ସରକାର ୩ଜଣ କଂଗ୍ରେସ ବିଧାୟକ ଏବେ ବିଜେପି ସହ ହାତ ମିଳାଇଥିବା ଚର୍ଚ୍ଚା ଜୋରଧରିଛି । ତେବେ ଯଦି ଏହା ସତ ହୁଏ ଖୁବ୍ ଶୀଘ୍ର କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାରଙ୍କ ପାଇଁ ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ କର୍ଣ୍ଣାଟକ ମନ୍ତ୍ରୀ ଶିବକୁମାର ଅଭିଯୋଗ ଆଣିଛନ୍ତି ଯେ, ୩ କଂଗ୍ରେସ ବିଧାୟକଙ୍କୁ ବିଜେପି ଉସୁକାଉଛି । ଏପରିକି ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ଗେରୁଆ ଦଳ ସହିତ ଗୁପ୍ତ ଆଲୋଚନା ଚାଲିଛି । ଏହାକୁ ଖୋରାଖ ଯୋଗାଇ ବିଏସ ୟେଦୁରପ୍ପା କହିଛନ୍ତି ଯେ, କିଛି ନା କିଛି କର୍ଣ୍ଣାଟକ ରାଜନୀତିରେ ଚାଲୁଛି । ସେଥିପାଇଁ ଚର୍ଚ୍ଚା ହେଉଛି ।

କର୍ଣ୍ଣାଟକ ଜଳ ସମ୍ବଳ ମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି, ରାଜ୍ୟର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ହଟାଇବା ପାଇଁ ବିଜେପିର ‘ଅପରେଶନ ଲୋଟସ’ ଚାଲିଛି । ଏବଂ ସେଥିପାଇଁ କଂଗ୍ରେସର ୩ ବିଧାୟକ ଏବେ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ବିଜେପି ନେତାଙ୍କ ସହିତ ରୁଦ୍ଧଦ୍ୱାର ବୈଠକ କରୁଥାଇ ପାରନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଉପରେ ବିଜେପି ପ୍ରତି ଉଦାର ହେବା ଅଭିଯୋଗ ଆଣିଛନ୍ତି ଶିବକୁମାର। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜେପି ପ୍ରତି କିଛି ଉଦାର ଅଟନ୍ତି । ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ସେ ସିଦ୍ଧରମିୟାଙ୍କୁ ମଧ୍ୟ ଏବାବଦରେ ମଧ୍ୟ କହିଛନ୍ତି । ଶିବକୁମାର କହିଛନ୍ତି, ମୁଖ୍ୟମନ୍ତ୍ରୀ ଅପେକ୍ଷା କରନ୍ତୁ ଓ ଦେଖନ୍ତୁ ଆଗାମୀ ଦିନରେ କ’ଣ ହେବାକୁ ଯାଉଛି । ଯଦି ଚର୍ଚ୍ଚା ହେଉଥିବା ବିଷୟ ସତ ହୁଏ ତେବେ କର୍ଣ୍ଣାଟକରେ ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବାଟ ଫିଟିଯିବ । ଯାହାକୁ ନେଇ ଏବେ କର୍ଣ୍ଣାଟକ ରାଜନୀତି ମହଲ ଠାରୁ ଆରମ୍ଭ କରି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ରାଜନୈତିକ ଖୋରାକ ଯୋଗାଇଛି ।

ସେପଟେ କଂଗ୍ରେସ ମୁଖପାତ୍ର ନିବେଦିତ୍ ଆଲଭା କହିଛନ୍ତି ଯେ, ଦଳର ସମସ୍ତ ବିଧାୟକ ଶୃଙ୍ଖଳିତ ଏବଂ ସୁସମ୍ପର୍କରେ ଦଳ ଭିତରେ ରହିଛନ୍ତି । ବିଜେପି ହତାଶ ହୋଇ କଂଗ୍ରେସ ଭିତରେ ଏଭଳି ମତଭେଦ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି ବୋଲି ଅଭିଯୋଗ ଆଣିଛନ୍ତି । ଏପରିକି ବିଜେପିର ପୂର୍ବର୍ତ୍ତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ନିକଟରେ ନିର୍ବାଚନରେ ପରାସ୍ତ ହୋଇଥିବାରୁ ହତାସ ଅଛନ୍ତି । ତେଣୁ ଏଭଳି ଅବାସ୍ତବ ଯୁକ୍ତି ରଖୁଛନ୍ତି ।

ସମ୍ବନ୍ଧିତ ଖବର