କର୍ଣ୍ଣାଟକରେ ରାଜନୈତିକ ସଂକଟ ଜାରି, କଂଗ୍ରେସର ୪ ବିଧାୟକଙ୍କ ପତ୍ତା ମିଳୁନାହିଁ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ନାଟକ ଅବ୍ୟାହତ ରହିଛି । ଗୋଟିଏ ପଟେ ବିଜେପି ନିଜର ବିଧାୟକମାନଙ୍କୁ ଗୁରୁଗାଁଓର ଏକ ଲକଜୁରୀ ହୋଟେଲରେ ରଖିଥିବାବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଆଜି ଡାକିଥିବା ବିଧାୟକ ଦଳ ବୈଠକରେ ୪ ଜଣ ବିଧାୟକ ଅନୁପସ୍ଥିତ ରହିଛନ୍ତି । ଏହାଫଳରେ କଂଗ୍ରେସର ଦୁର୍ବଳତା ପଦାରେ ପଡିଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରାମାୟା କହିଛନ୍ତି ଯେ ଯେଉଁ ନେତା ମାନେ ଅନୁପସ୍ଥିତ ରହିଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଏହା ପରେ ସେମାନଙ୍କ ବିରୋଧରେ ହାଇକମାଣ୍ଡରେ ଅଭିଯୋଗ କରାଯିବ ।

କିଛି ଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଡିଏ ଶିବକୁମାର କହିଥିଲେ ଯେ ବିଜେପି ରାଜ୍ୟ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ୩ ଜଣ କଂଗ୍ରେସ ବିଧାୟକ ମୁମ୍ବାଇରେ ବିଜେପି ନେତାଙ୍କ ସହ ସମୟ ବିତାଉଛନ୍ତି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ୨ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିସାରିଛନ୍ତି ।

ସମ୍ବନ୍ଧିତ ଖବର