କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ୨୧ରେ ଶପଥ ନେବେ କୁମାରସ୍ୱାମୀ!

ବେଙ୍ଗାଲୁରୁ : ବିଜେପି ନେତା ବି.ଏସ୍‌.ୟେଦୁରପ୍ପାଙ୍କର ଇସ୍ତଫା ପରେ ଜେଡ଼ିଏସ୍‌ ନେତା ଏଚ୍‌.ଡ଼ି.କୁମାରସ୍ୱାମୀଙ୍କୁ ସରକାର ଗଢ଼ିବା ଲାଗି କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ରୁଦ୍ରଭାଇ ବାଲା ଆମନ୍ତ୍ରଣ ଜଣାଇଛନ୍ତି। ଶନିବାର କୁମାରସ୍ୱାମୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ଏନେଇ ଗଣମାଧ୍ୟମକୁ ଜଣାଇଛନ୍ତି କୁମାରସ୍ୱାମୀ। ଆସନ୍ତା ସୋମବାର ଦିନ ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍‌ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ଏହି ଅବସରରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ସେ ସୋନିଆ ଓ ରାହୁଲ୍‌ଙ୍କୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି ।

ଉଲ୍ଲଖଯୋଗ୍ୟ କି, ଏଚ୍‌.ଡ଼ି .କୁମାରସ୍ୱାମୀଙ୍କୁ ୧୫ ଦିନ ମଧ୍ୟରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଲାଗି ରାଜ୍ୟପାଳ କହିଛନ୍ତି।

ସମ୍ବନ୍ଧିତ ଖବର