କର୍ଣ୍ଣାଟକ: କଂଗ୍ରେସ ୨୦ ଓ ଜେଡିଏସ୍‌ ୮ ଆସନରେ ଲଢ଼ିବ ଲୋକସଭା ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବୁଧବାର କଂଗ୍ରେସ ଏବଂ ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ମେଣ୍ଟରେ ଆସନ ବୁଝାମଣା ହୋଇଛି। ଚୁକ୍ତି ଅନୁସାରେ ରାଜ୍ୟର ମୋଟ୍‌ ଆସନରୁ କଂଗ୍ରେସ ୨୦ ଏବଂ ଜେଡିଏସ୍‌ ୮ ଆନସରେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଛିଡ଼ା କରିବ। ଏଠାରେ ତୃତୀୟ ବଡ଼ ଦଳ ହେଉଛି ଭାରତୀୟ ଜନତା ପାର୍ଟି। ସୂଚନାଯୋଗ୍ୟ ରାଜ୍ୟରେ କଂଗ୍ରେସ ଏବଂ ଜେଡିଏସ୍‌ ମେଣ୍ଟ ସରକାର ଚାଲିଛି। ଜେଡିଏସ୍‌ର ଏଚ୍‌ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଅଛନ୍ତି।

ଜେଡିଏସ୍‌ ପୂର୍ବରୁ କର୍ଣ୍ଣାଟକରେ ୨୮ରୁ ୧୨ ଆସନରେ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲା କିନ୍ତୁ ପରେ ପାର୍ଟି ୧୦ ଆସନ ପାଇଁ ବୁଝାମଣା କରିଥିଲା। ମାତ୍ର ଏବେ ଜେଡିଏସ୍‌ ଖାତାକୁ ୮ଟି ଆସନ ପ୍ରାର୍ଥୀ ଦେବା ପାଇଁ ଆସିଛି। ବର୍ଷ ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୧୭, କଂଗ୍ରେସକୁ ୯ ଏବଂ ଜେଡିଏସ୍‌କୁ ୨ଟି ଆସନରେ ବିଜୟ ମିଳିଥିଲା।

କଂଗ୍ରେସ ସୋମବାର ଆସନ ଏବଂ ପ୍ରାର୍ଥୀ ଚୟନ ନେଇ ପାର୍ଟି ସାଧାରଣ ସଂପାଦକଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। କର୍ଣ୍ଣାଟକ କଂଗ୍ରେସ ନିର୍ବାଚନ କମିଟି ନିଜର ବୈଠକ ଡାକି ୨୮ରୁ ୧୫ ଆସନ ପାଇଁ ଏକ ତାଲିକା ପ୍ରସ୍ତୁତ କରିଥିଲା।

ସମ୍ବନ୍ଧିତ ଖବର