ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାଇଁ ଏହି ରାଜ୍ୟରୁ ଆସିଲା ଖୁସି ଖବର

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାଇଁ କର୍ଣ୍ଣାଟକରୁ ଖୁସି ଖବର ଆସିିଛି। ରାଜ୍ୟର ୭ ପୌରସଂସ୍ଥା ନିର୍ବାଚନରେ କଂଗ୍ରେସ ବଡ଼ ରାଜନୈତିକ ଦଳ ବୋଲି ପ୍ରମାଣିତ ହୋଇଛି। କଂଗ୍ରେସକୁ ୨୭୦ରୁ ୯୦ ଆସନ ମିଳିଛି।

ନିକଟରେ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ବିଜେପି ୨ୟ ସ୍ଥାନରେ ରହିଛି। ଭାରତୀୟ ଜନତା ପାର୍ଟିକୁ ୫୬ ଆସନରେ ବିଜୟ ମିଳିଛି। ସୂଚନାଯୋଗ୍ୟ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ୨୮ରୁ ୨୫ଟି ଆସନରେ ବିଜେପି ବିଜୟୀ ହୋଇଥିଲା।

କଂଗ୍ରେସର ସହଯୋଗୀ ଦଳ ଜେଡିଏସକୁ ୩୮ ଆସନରେ ବିଜୟ ମିଳିଛି। ସେହିଭଳି ବହୁଜନ ସମାଜ ପାର୍ଟି ୨ଟି ଆସନରେ ଜିତିଛି। ୨୫ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଓ ୬ ଆସନରେ ଅନ୍ୟ ଦଳ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ ଦେଶବ୍ୟାପୀ ଭଳି କର୍ଣ୍ଣାଟକରେ ମଧ୍ୟ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। କଂଗ୍ରେସକୁ ପରାଜୟ ମିଳବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର