ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଆସନ୍ତା ୨୦୧୯ ମସିହା ବିଧାନସଭା ନିର୍ବାଚନକୁ ଆଖିରେ ରଖି ମେସେଜିଂ ଆପ୍ ହ୍ଵାଟ୍ସଆପ୍ ଜରିଆରେ ଦଳୀୟ ପ୍ରଚାର କରିବାର ଯୋଜନା ରଖିଛି। ଏଥିପାଇଁ ପ୍ରାୟ ୧ ଲକ୍ଷ ସେଲଫୋନ ନିଯୁକ୍ତ କରିବ ବୋଲି ଜଣାପଡ଼ିଛି। ଏହି ପ୍ରମୁଖ ସେମାନଙ୍କ ସେଲଫୋନ୍ ଜରିଅାରେ ନିଜ ଅଞ୍ଚଳରେ ହ୍ଵାଟ୍ସଆପ୍ ପ୍ରଚାର ପ୍ରସାରକୁ ତଦାରଖ କରିବେ । ଏହି ସେଲଫୋନ୍ ପ୍ରମୁଖ ସ୍ମାର୍ଟଫୋନ୍ ଜରିଆରେ ପ୍ରଚାର ପାଇଁ ଡିଜାଇନ୍ ହୋଇଥିବା ମେସେଜ୍କୁ ଚାରିଆଡ଼େ ପଠାଇବେ।
ଗତ ତିିନି ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋହଦି ବରିଷ୍ଠ ବିଜେପି ନେତାମାନଙ୍କ ସହ ବୈଠକ କରିବା ସମୟରେ ଏହି ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଏହି ଯୋଜନାକୁ କୁହାଯାଉଛି ‘ସେଲ୍ ଫୋନ୍ ପ୍ରମୁଖ’ କାର୍ଯ୍ୟକ୍ରମ । ଏହି ଯୋଜନା ମୁତାବକ, ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏକ ହ୍ଵାଟ୍ସଆପ୍ ଗ୍ରୁପ୍ ବନାଯିବ। ସେଥିରେ ସେ ଅଞ୍ଚଳର ଲୋକ୍ଙ୍କୁ ଆଡ୍ କରାଯିବ। ନିର୍ବାଚନ ସଂପର୍କିତ ପ୍ରଚାର ବିଜ୍ଞାପନ ସବୁ ସେହି ଗ୍ରୁପ୍ରେ ଛଡ଼ାଯିବ। ଉଲ୍ଲେଖଯୋଗ୍ୟ, ହ୍ଵାଟ୍ସଆପ୍ର ସୀମା ଅନୁଯାୟୀ ପ୍ରତ୍ୟେକ ଗ୍ରୁପ୍ରେ ସର୍ବାଧିକ ୨୫୬ ଜଣ ବ୍ୟକ୍ତି ରହିପାରିବେ।
ବିଜେପି ପକ୍ଷରୁ କୁହାଯାଇଛି କି ‘ଏଥର ଲଢ଼େଇ ହ୍ଵାଟ୍ସଆପ୍ ଜରିଆରେ ହେବ। ଆମେମାନେ ଏହି ଲଢ଼େଇ ପାଇଁ ପ୍ରସ୍ତୁତ।’