୨୦୧୯ ଲୋକସଭା ନିର୍ବାଚନ: କେରଳର ଓ୍ଵାୟାନାଡ଼ା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଳ ଗାନ୍ଧୀ

ଓ୍ଵାୟାନାଡ଼ା: ଗୁରୁବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କେରଳର ଓ୍ଵାୟାନାଡ଼ା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାଛଡ଼ା ସେ ତାଙ୍କର ପାରମ୍ପରିକ ଦୁର୍ଗ ଉତ୍ତର ପ୍ରଦେଶର ଆମେଥିରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଏହା ପରେ ସେ ଭଉଣୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ରୋଡ୍‌ ସୋ’ କରିବେ।

ନିକଟ ଅତୀତରେ ଗଠିତ ନିର୍ବାଚନ ମଣ୍ଡଳୀ ଓ୍ଵାୟାନାଡ଼ା ଲୋକସଭା ଆସନ ହେଉଛି କଂଗ୍ରେସର ଦୁର୍ଗ। ରାଜ୍ୟର ଦାକ୍ଷିଣାଞ୍ଚଳରେ ଥିବା ଅନ୍ୟ ୨୦ଟି ଆସନ ସହ ଏପ୍ରିଲ୍‌ ୨୩ ତାରିଖ ଦିନ ଏଠାରେ ଭୋଟ୍‌ ଗ୍ରହଣ କରାଯିବ।

୨୦୦୮ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠିତ ହେବା ସମୟରେ ଏହାକୁ ମାଲାପୁରମ୍‌, କୋଝିକୋଡ଼ ଏବଂ କୁନ୍ନୁର ଅଲଗା କରାଯାଇଥିଲା। ୨୦୦୯ ଏବଂ ୨୦୧୪ରେ ଓ୍ଵାୟାନାଡ଼ା ଲୋକସଭା ନିର୍ବାଚନ ଜିଣିଥିବା କଂଗ୍ରେସ ନେତା ଏମ୍‌ଆଇ ଶାନଓ୍ଵାସଙ୍କର ଗତବର୍ଷ ଦେହାନ୍ତ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର