ରାଫେଲ ଦୁର୍ନୀତି ସଂପର୍କରେ ଉଲ୍ଲେଖ ଥାଇ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ୬ଟି ବିଜ୍ଞାପନ ଭିଡିଓକୁ ରଦ୍ଦ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ ଦଳୀୟ ପ୍ରଚାର ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୬ଟି ଦୃଶ୍ୟଶ୍ରାବ୍ୟ (ଅଡିଓ ଭିଜୁଆଲ) ବା ଭିଡିଓ ବିଜ୍ଞାପନକୁ ନିର୍ବାଚନ କମିଶନ ଆଜି ଖାରଜ କରି ଦେଇଛନ୍ତି। ଫଳରେ ଏହି ବିଜ୍ଞାପନଗୁଡ଼ିକୁ ଦଳ ଆଉ ନିଜର ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବ ନାହିଁ। ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ ୯ଟି ବିଜ୍ଞାପନ ଅନୁମୋଦନ ଲାଗି କମିଶନଙ୍କୁ ପ୍ରଦାନ କରାଯାଇଥିଲା। .ସେଥିମଧ୍ୟରୁ ୬ଟିର ପ୍ରଚାରକୁ ନାକଚ କରି ଦେଇଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ,  କଂଗ୍ରେସ ପକ୍ଷରୁ ନିର୍ବାଚନରେ ପ୍ରଚାର ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ୬ଟି ଭିଡିଓ ବିଜ୍ଞାପନରେ ବିବାଦୀୟ ରାଫେଲ ଡିଲ୍‌ ସଂପର୍କରେ ଉଲ୍ଲେଖ ରହିଥିଲା। ତେବେ, ବର୍ତ୍ତମାନ ରାଫେଲ ବିବାଦ ସଂପର୍କିତ ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କ ବିଚାରାଧୀନ ରହିଥିବା କାରଣରୁ ନିର୍ବାଚନ କମିଶନ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ଏହି ସମସ୍ତ ଭିଡିଓ ବିଜ୍ଞାପନକୁ ରଦ୍ଦ କରି ଦେଇଥିବା କହିଛନ୍ତି। ଏଥିସହ ଆଉ କିଛି ଭିଡିଓ ବିଜ୍ଞାପନରେ ଦିବ୍ୟାଙ୍ଗମାନଙ୍କ ସଂପର୍କରେ ଆକ୍ଷେପ ସୂଚକ ମନ୍ତବ୍ୟ ରହିଥିବାରୁ ତାକୁ ମଧ୍ୟ ନିର୍ବାଚନ କମିଶନ ରଦ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର