ଯାଦୁଗର ମୋଦି ଲୋକଙ୍କ ସହ ଖେଳୁଛନ୍ତି

ଗୁଜରାଟରେ ରାହୁଲଙ୍କ ନିର୍ବାଚନୀ ପ୍ରଚାର

  • ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ରାଜନୀତି ବି ସରଗରମ ରହିଛି। ନିର୍ବାଚନୀ ପ୍ରଚାର ଲାଗି କଂଗ୍ରେସ ଉପାଧ୍ୟକ୍ଷ ରାହୁଲଙ୍କ ୩ ଦିନିଆ ଗୁଜରାଟ୍‌ ଗସ୍ତ ଆଜି ସରିଥିବା ବେଳେ ସେ ପୂର୍ବପରି ମୋଦିଙ୍କ ବିରୋଧରେ ପୁଣି ଗର୍ଜିଛନ୍ତି। ରାହୁଲ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଯାଦୁଗର ବୋଲି କହିଛନ୍ତି। ତେବେ ଏହି ଯାଦୁଗର ଗୁଜରାଟ ଏବଂ ସାରାଦେଶର ଜନସାଧାରଣଙ୍କୁ ଭେଳିକି ଦେଖାଉଛନ୍ତି ବୋଲି ରାହୁଲ କହିଛନ୍ତି। ଯାଦୁଗର ଯେପରି ନିଜର ଯାଦୁ ବିଦ୍ୟା ମାଧ୍ୟମରେ କୌତୂହଳ ସୃଷ୍ଟି କରିଥାଏ, ମାତ୍ର ସେଥିରେ କିଛି ବାସ୍ତବତା ନଥାଏ, ଠିକ୍‌ ସେହିପରି ମୋଦି ମଧ୍ୟ ଲୋକଙ୍କ ସହ ଚାଲ୍‌ ଖେଳି ଚାଲିଛନ୍ତି। ତାଙ୍କ କଥା ଗୁଡ଼ିକ ସେହିପରି ଆଦୌ ବାସ୍ତବ ରୂପ ନେବନି ବୋଲି ରାହୁଲ କହିଛନ୍ତି। ଗସ୍ତ ଅବସରରେ ରାହୁଲ୍‌ ହାରିଜ୍‌ ଗ୍ରାମରେ କେତେକ ଯାଦୁଗରଙ୍କ ଖେଳ ଦେଖିବା ସହ ସେମାନଙ୍କ ଖେଳର ଅଂଶବିଶେଷ ହୋଇଥିଲେ। ଯାଦୁଗରମାନେ ଯେମିତି ଯାଦୁବିଦ୍ୟା ପ୍ରୟୋଗ କରି ଲୋକମାନଙ୍କଠୁ ପଇସା ଆଦାୟ କରୁଛନ୍ତି ମୋଦି ମଧ୍ୟ ଠିକ୍‌ ସେହି ଉପାୟରେ ୨୨ ବର୍ଷ ମଧ୍ୟରେ ଲୋକଙ୍କ ସହ ଚାଲ୍‌ ଖେଳି ଆସିଛନ୍ତି। ମୋଦି ଲୋକମାନଙ୍କୁ ‘ମନ୍‌ କୀ ବାତ୍‌’ ଶୁଣାଉଥିବା ବେଳେ କଂଗ୍ରେସ ଅନ୍ୟମାନଙ୍କ ‘ମନ୍‌ କୀ ବାତ୍‌’ ଶୁଣିବ ବୋଲି ରାହୁଲ୍‌ କଟାକ୍ଷ କରିଛନ୍ତି।
ସମ୍ବନ୍ଧିତ ଖବର