ବିଜେପିକୁ ଧକ୍କା, କଂଗ୍ରେସରେ ମିଶଲେ ଯଶୋବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ

ନୂଆଦିଲ୍ଲୀ : ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ସ୍ୱର୍ଗତ ଯଶୋବନ୍ତ ସିଂଙ୍କ ପୁତ୍ର ତଥା ବାରମେର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୩ରେ ବିଜେପି ଟିକେଟରେ ଜିତିଥିବା ମାନବେନ୍ଦ୍ର ସିଂ ଆଜି କଂଗ୍ରେସରେ ମିଶିଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ଅବସରରେ କଂଗ୍ରେସ ନେତା ସଚିନ ପାଇଲଟ ଓ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେଲହୋଟ ଉପସ୍ଥିତ ଥିଲେ। ମାନବେନ୍ଦ୍ର ବିଜେପି ଛାଡି କଂଗ୍ରେସରେ ମିଶିବା ଫଳରେ ତାହା ରାଜପୁତ ଭୋଟ ଆକୃଷ୍ଟ କରିବାରେ ସହାୟକ ହେବା ଆଶା କରାଯାଉଛି । କିନ୍ତୁ ସେ କଂଗ୍ରେସରେ ମିଶିବା ଦ୍ୱାରା ବିଜେପି ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ଗତ ସେପ୍ଟେମ୍ବର ୨୨ରେ ମାନବେନ୍ଦ୍ର ଘୋଷଣା କରିଥିଲେ ଯେ ସେ ଆତ୍ମସମ୍ମାନ ପାଇଁ ବିଜେପି ତ୍ୟାଗ କରି କଂଗ୍ରେସରେ ମିଶିବେ । କମଲ କା ଫୁଲ ବଡି ଭୁଲ ବୋଲି ସେ କହିଥିଲେ । ବିଜେପି ନେତୃତ୍ୱ ତାଙ୍କ ଚିନ୍ତା ଦୂର କରିବାକୁ ବିଫଳ ହେବା ପରେ ସେ ବାଧ୍ୟ ହୋଇ ଦଳ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ ।

ସମ୍ବନ୍ଧିତ ଖବର