ରାଜସ୍ଥାନ ବିଜେପି ପାଇଁ ଧକ୍କା, କଂଗ୍ରେସରେ ମିଶିବେ ଯଶୋବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ

ନୂଆଦିଲ୍ଲୀ : ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ସ୍ୱର୍ଗତ ଯଶୋବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ କଂଗ୍ରେସରେ ମିଶିବେ । ସେ ଆସନ୍ତା କାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିବେ । ଏହି ଅବସରରେ କଂଗ୍ରେସ ନେତା ସଚିନ ପାଇଲଟ ଓ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେଲହୋଟ ଉପସ୍ଥିତ ରହିବେ । ଗତ ସେପ୍ଟେମ୍ବର ୨୨ରେ ମାନବେନ୍ଦ୍ର ଘୋଷଣା କରିଥିଲେ ଯେ ସେ ଆତ୍ମସମ୍ମାନ ପାଇଁ ବିଜେପି ତ୍ୟାଗ କରି କଂଗ୍ରେସରେ ମିଶିବେ । ବିଜେପି ନେତୃତ୍ୱ ତାଙ୍କ ଚିନ୍ତା ଦୂର କରିବାକୁ ବିଫଳ ହେବା ପରେ ସେ ବାଧ୍ୟ ହୋଇ ଦଳ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ ।

ସମ୍ବନ୍ଧିତ ଖବର