ବିଧାନସଭା ପ୍ରଶ୍ନକାଳରେ ନିଜ ପ୍ରଶ୍ନରେ ଘାଇଲା ହେଲେ ପ୍ରଦୀପ ମହାରଥୀ, ରୋକଠୋକ ଜବାବ ଦେଲେ ନିରଂଜନ ପୂଜାରୀ

ଭୁବନେଶ୍ବର: ଆଜି ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ । ପ୍ରଶ୍ନକାଳରେ ପ୍ରଦୀପ ମହାରଥୀ ନିଜ ପ୍ରଶ୍ନରେ ନିଜେ ଘାଇଲା ହୋଇଛନ୍ତି । ଆଜି ପ୍ରଶ୍ନକାଳରେ ଶୀତଳ ଭଣ୍ଡାର ଓ ଆଳୁ ମିଶନ ନେଇ କିଛି ପ୍ରଶ୍ନ କରିଥିଲେ ପୂର୍ବତନ ମନ୍ତ୍ରୀ ମହାରଥୀ । ରାଜ୍ୟରେ କେତେ ଶୀତଳ ଭଣ୍ଡାର ରହିଛି ଓ କେତେ ଅଚଳ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହ ତୈଳ ଓ ଡାଲି ଜାତୀୟ ଶସ୍ୟ ଅଧିକ ଉତ୍ପାଦନ ହୋଇଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ମହାରଥୀଙ୍କ ପ୍ରଶ୍ନର ଉତ୍ତର ଦେବା ସହ ତାଙ୍କ ଉଦ୍ଦେଶ୍ୟରେ ତେରଛା ବାଣ ମାରିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ମହାରଥୀଙ୍କ ପ୍ରଶ୍ନର ଉତ୍ତର ଦେଇ ପୂଜାରୀ କହିଥିଲେ, ଶୀତଳ ଭଣ୍ଡାର ପ୍ରସଙ୍ଗରେ ମହାରଥୀ ବାବୁ ଯେଉଁ ପ୍ରଶ୍ନ ପଚାରୁଛନ୍ତି  ସେ ବିଷୟ ତାଙ୍କୁ ଭଲ ଭାବେ ଜଣା। କାରଣ ପୂର୍ବରୁ ସେ ସେହି ବିଭାଗର ମନ୍ତ୍ରୀ ଥିଲେ । ଆଳୁ ମିଶନ ତାଙ୍କ ସମୟରେ ଆରମ୍ଭ ହୋଇ ଶେଷ ହୋଇଥିଲା । ୧୨୮ଟି ଶୀତଳ ଭଣ୍ଡାରରୁ ମହାରଥୀଙ୍କ ମନ୍ତ୍ରୀତ୍ୱ କାଳରେ ୮୦ ଟି ଶୀତଳ ଭଣ୍ଡାରବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୪୮ଟି ଶୀତଳ ଭଣ୍ଡାର ସଚଳ ରହିଛି । ବାକି ଶୀତଳ ଭଣ୍ଡାରର ପୁନରୁଦ୍ଧାର ଉଦ୍ୟମ ଚାଲିଛି ।

ସମ୍ବନ୍ଧିତ ଖବର