ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କୁ ହାମ୍‌ଲା କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ପୁଅର ଭବିଷ୍ୟତ ସୁରକ୍ଷା କରିବା ହେଉଛି ନାଇଡୁଙ୍କର ଏକମାତ୍ର ଲକ୍ଷ୍ୟ

1 1,010

ନୂଆଦିଲ୍ଲୀ: ମୋଦିଙ୍କ ମିଶନ ଦକ୍ଷିଣ ଭାରତ। ଆଜି ଆନ୍ଧ୍ରପ୍ରଦେଶ ଗୁଂଟୁରରେ ମୋଦି ର୍ନିବାଚନୀ ରାଲିକୁ ସମ୍ବୋଧିତ କରି ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତେଲୁଗୁ ଦେଶମ ପାର୍ଟି ଭୟଭୀତ ହୋଇପଡିଛି। ସେମାନଙ୍କୁ ନିଦ ନାହିଁ। ଦେଶର ଚୌକିଦାର ସେମାନଙ୍କ ପାଇଁ ସମସ୍ୟା, କାରଣ କେନ୍ଦ୍ର ସରକାର ସେମାନଙ୍କ ହିସାବ ମାଗୁଛି।

ଆନ୍ଧ୍ରର ବିକାଶ ପାଇଁ ଯେଉଁ ଅର୍ଥ ଦିଆଯାଇଛି ତାର ହିସାବ ମାଗିବାରୁ ସ୍ଥାନୀୟ ସରକାର ଭୟଭୀତ ହୋଇଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ର୍ନିବାଚନ ହାରିବାରେ ଓ ପଛରୁ ଛୁରୀ ମାରିବାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ। ତେଲୁଗୁ ଦେଶମ ସହ ମେଂଟ ଭାଙ୍ଗିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଆନ୍ଧ୍ର ଗସ୍ତରେ ଯାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ନିଜ ପୁଅର ଭବିଷ୍ୟତ ସୁରକ୍ଷା କରିବା ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କର ଏକ ମାତ୍ର ଆଗ୍ରହ। ସେ କହୁଛନ୍ତି ସେ ମୋ ଠାରୁ ବରିଷ୍ଟ। ରାଜନୈତିକ ଅଂଶୀଦାର ବଦଳାଇବାରେ ଆପଣ ବରିଷ୍ଟ। ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେବାରେ ଆପଣ ବରିଷ୍ଟ। ଶ୍ୱଶୁରଙ୍କ ପିଠିରେ ଛୁରା ମାରିବାରେ ଆପଣ ବରିଷ୍ଟ। ର୍ନିବାଚନ ପରେ ର୍ନିବାଚନ ହାରିବାରେ ଆପଣ ବରିଷ୍ଟ। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କି ଆନ୍ଧ୍ରର ସୂର୍ଯ୍ୟ ଉଇଁବ। କିନ୍ତୁ ଆପଣ ନିଜ ପୁଅକୁ ଉଆଁଇବାରେ ବ୍ୟସ୍ତ।’

ଆନ୍ଧ୍ରପ୍ରଦେଶରେ ଗରିବମାନଙ୍କ ପାଇଁ ଯୋଜନା କରିବାକୁ ନାଇଡୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ବାସ୍ତବରେ ସେ ମୋଦି ସରକାରଙ୍କ ଯୋଜନାଗୁଡ଼ିକୁ ପ୍ରଣୟନ କରି ନିଜର ବୋଲି ଦାବି କରୁଛନ୍ତି। ତେବେ ଗତବର୍ଷ ଯାଏଁ ନାଇଡୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କର ମେଣ୍ଟରେ ଗୁରୁତ୍ୱବହନ କରିଆସୁଥିଲେ। ଗତବର୍ଷ ଚନ୍ଦ୍ରବାବୁ ନାଇଡୁ ଏନଡିଏ ଓ ବିଜେପିଠାରୁ ବିଚ୍ଛିନ୍ନ ହୋଇଯିବା ପରେ ଏହା ହେଉଛି ମୋଦିଙ୍କର ପ୍ରଥମ ଆନ୍ଧ୍ର ପ୍ରଦେଶ ଗସ୍ତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. All India News Network says

    The commments Rahul Gandhi on Shri.Modi in Rafale Aircrafts Purchase deal which has benfited 30000 crore rupees and subsequent unanswerable question of Rahul Gandhi about why Anil Ambani and Mukhesh Ambani got the Dassault Aviation contract and not by HAL.Anil Ambani has filed insolvency petition for getting financial assistance of Rupees 45000 crore rupees from Central Government and Shri.Modiji has not Sanctioned the Special State Status to Odisha,Andhra Pradesh,Telengana and West Bengal.During the Election in Karnataka BJP has offered to every Congress MLA’s 100 crore each was a Public statement of the Present Chief Minister of Karnataka Shri.Kumara Swamy which has not been answered.Shri.Modiji has Promised to give 15lakh rupees to every citizen’s Bank Account but not yet given.So Shri Modiji has to release 15lakh rupees to every citizen’s Bank Account immediately.