ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥି ହୋଇ ପାଖାପାଖି ବସିବା କଥା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦଶମ ଶିଖ୍ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବେଳେ ଏହି ରୋଚକ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ମଂଚ ତଳେ ଏକାଠି ହେଲେ ରାଜନୀତିର ଦୁଇ ବିରୋଧୀ ନେତା।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁ ଗୋବିନ୍ଦ ସିଂଙ୍କ ସ୍ମାରକୀ ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣ ରଖିଥିଲେ ଆଉ ମଂଚ ତଳେ ଧ୍ୟାନ ଦେଇ ମୋଦିଙ୍କୁ ଶୁଣୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଅଭିଭାଷଣ ଶେଷ ହେବା ପରେ ଦୁଇ ନେତା ପାଖାପାଖି ବସିଥିଲେ।
ସେହିପରି କାର୍ଯ୍ୟକ୍ରମ ପରେ ଦୁହେଁ ପରସ୍ପରର ଆଗପଛ ହୋଇ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଏତେ ସମୟ ପାଖାପାଖି ରହିଥିଲେ ମଧ୍ୟ ଦୁହେଁ କଥା ହୋଇ ନଥିବା ଦେଖିବାକୁ ମିଳିଥିଲା। ରାଜନୀତିରେ ପରସ୍ପରର ଦୁଇ ବିରୋଧୀ ଏଭଳି ଏକାଠି ବସିବାକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।