ବିରୋଧୀ ‘ବୋଟି ବୋଟି’ କରିବା କଥା କହୁଥିବା ବେଳେ ଆମେ ‘ବେଟି ବେଟି’ କହିଥାଉ : କଂଗ୍ରେସକୁ କଟାକ୍ଷ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ସାହାରନପୁରରେ ଏକ ଜନସଭାରେ ସମ୍ବୋଧିତ କରୁଥିବା ବେଳେ ସେଠାରେ କଂଗ୍ରେସ ପ୍ରାର୍ଥୀ ଇମରାନ୍ ମସୁଦଙ୍କ ଉପରେ ଟାର୍ଗେଟ୍ କରିଥିଲେ । ମୋଦି କହିଥିଲେ, ଏଠାକାର କଂଗ୍ରେସ ଯୁବରାଜଙ୍କ ଖାସ୍ ଲୋକ ଅଛନ୍ତି, ଯିଏ ମାଂସ ଟୁକୁଡା ଟୁକୁଡା କରିବାକୁ ଭଲ ପାଆନ୍ତି । ସେ ସବୁବେଳେ ‘ବୋଟି ବୋଟି’ କରୁଥିବା ଲୋକ କିନ୍ତୁ ଆମେ ବେଟି ବେଟି କହିବା ଲୋକ। ଆମର ଲକ୍ଷ୍ୟ ମହିଳାଙ୍କୁ ସମ୍ମାନ ଦେବା ଓ ସୁରକ୍ଷିତ କରିବା। ଆମ ସରକାର ମୁସଲିମ୍ ନାରୀମାନଙ୍କୁ ତିନ୍ ତଲାକରୁ ମୁକ୍ତି ଦେଇଥିଲେ ।

ଉଲ୍ଲେଖଯୋଗ୍ୟ କି ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ  ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଇମରାନ୍ ମସୁଦ୍ ମୋଦିଙ୍କ ଟୁକୁଡା ଟୁକୁଡା କରିଦେବେ ବୋଲି କହିଥିଲେ। ଏପରି ବକ୍ତବ୍ୟ ଲାଗି ଇମରାନ୍ ଜେଲ ଦଣ୍ଡ ଭୋଗ କରିଥିଲେ।

୨୦୧୪ ଲୋକସଭା ନିର୍ବାଚନ ସାହାରନପୁର ଲୋକସଭା ଆସନରେ ବିଜେପିର ରାଘବ ଲଖନପାଲଙ୍କର ବିଜୟ ହୋଇଥିଲା । ଚଳିତ ଥର ମଧ୍ୟ ପାର୍ଟି ତରଫରୁ ତାଙ୍କୁ ଟିକେଟ୍ ଦିଆଯାଇଛି । ଇମରାନ୍ ମସୁଦ୍ ଦ୍ୱିତୀୟ ସ୍ଥାନରେ ଥିଲେ ଏବଂ ତାଙ୍କୁ ୪ ଲକ୍ଷରୁ ଅଧିକ ଭୋଟ୍ ମିଳିଥିଲା ।

ସମ୍ବନ୍ଧିତ ଖବର