ମୋଦି ପୁରୀରୁ ପ୍ରାର୍ଥୀ ପ୍ରସଙ୍ଗ : ଶାହ କହିଲେ ଗୁଜବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଓଡ଼ିଶାର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବେବୋଲି କିଛିଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଆଜି ଅନ୍ତ ଘଟାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଖବର କେବଳ ଏକ ଗୁଜବ ଏବଂ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି। କେଉଁ ନେତା କେଉଁ ଆସନରୁ ପ୍ରାର୍ଥୀ ହେବେ ସେ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାରେ ର‍୍ୟାଲି କରିଛନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେ ଓଡ଼ିଶାରୁ ପ୍ରାର୍ଥୀ ହେବେ। ମୋଦି ଗତକାଲି ଝାଡ଼ଖଣ୍ଡ ଗସ୍ତ କରିଥିଲେ ଏବଂ ଏହାର ଅର୍ଥ ସେ ଝାଡ଼ଖଣ୍ଡରୁ ପ୍ରାର୍ଥୀ ହେବା ନୁହେଁ ବୋଲି ଶାହ କହିଛନ୍ତି। ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଏବେ ଦେଶବାସୀ ଉପଲବ୍ଧି କରୁଛନ୍ତି ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର