ମୋଦୀଙ୍କୁ ଇତିହାସ ମାଲୁମ୍‌ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇତିହାସ ମାଲୁମ ନାହିଁ। ସେ ନିଜର ଇତିହାସ ନିଜେ ହିଁ ଲେଖୁଛନ୍ତି। ତାଙ୍କର ରୁଗ୍‌୍‌ଣ ମାନସିକତା ଏବେ ଜାତୀୟ ଉଦ୍‌୍‌ବେଗର କାରଣ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି। ଗତକାଲି ଗଣମାଧ୍ୟମରେ ପ୍ରକାଶ ପାଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ଆଧାର କରି କଂଗ୍ରେସ କ’ଣ କେବଳ ମୁସ୍‌୍‌ଲିମ ପୁରୁଷଙ୍କ ଦଳ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହାର ଜବାବରେ କଂଗ୍ରେସ ମୋଦିଙ୍କୁ  କଠୋର ସମାଲୋଚନା କରିବା ସହ  ପ୍ରଧାନମନ୍ତ୍ରୀଙ୍କ ଶବ୍ଦ ଚୟନ ଅତ୍ୟନ୍ତ ଅଶୋଭନୀୟ ବୋଲି  ଶର୍ମା କହିଛନ୍ତି।  କଂଗ୍ରେସ ଦଳ ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ନେଇଥିବା ବେଳେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ, ଲାଲା ଲାଜପତ ରାୟ ଏବଂ ମୌଲାନା ଆଜାଦଙ୍କ ଭଳି ନେତା କଂଗ୍ରେସ ଅଧ୍ୟକ୍ଷ ରହିଛନ୍ତି। କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀ ଭୁଲ ବୟାନ ଦେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର