ଏନଡିଏ ସଂସଦୀୟ ଦଳ ନେତା ମନୋନୀତ ହେଲେ ନରେନ୍ଦ୍ର ମୋଦି, ଆଜି ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ସର୍ବସମ୍ମତିକ୍ରମେ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ)ର ନେତା ମନୋନୀତ ହୋଇଛନ୍ତି । ଆଜି ବସିଥିବା ଏନଡିଏ ସଂସଦୀୟ ଦଳ ବୈଠକରେ ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ପ୍ରସ୍ତାବର ସମର୍ଥନ କରିଥିଲେ । ଏହାପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକରେ ମଧ୍ୟ ମୋଦିଙ୍କୁ ନେତା ମନୋନୀତ କରାଯାଇଥିଲା ।

ଏନଡିଏର ନେତା ନିର୍ବାଚିତ ହେବା ପରେ ମୋଦି ଆଜି ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସରକାରଗଠନ ପାଇଁ ଦାବି କରିବେ । ଆସନ୍ତା ୩୦ ତାରିଖରେ ନୂଆ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାରାଣାସୀ ଯିବାର କାର୍ଯ୍ୟକ୍ରମ ରହିଛି । ମୋଦି ବାରାଣାସୀ ଲୋକସଭା ଆସନରୁ ୪.୭୯ ଲକ୍ଷର ବିଶାଳ ଭୋଟ ବ୍ୟବଧାନରେ ବିଜୟୀ ହେଇଛନ୍ତି । ନିକଟରେ ସମାପ୍ତ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟ ମୋଟ ୩୫୦ଟି ଆସନ ପାଇଛି ।

ସମ୍ବନ୍ଧିତ ଖବର