ଆର୍କବିସପ୍‌ଙ୍କ ନିର୍ଦ୍ଦେଶର କଡ଼ା ସମାଲୋଚନା କଲେ ମୋଦି

ନୂଆଦିଲ୍ଲୀ : ଗାନ୍ଧୀନଗରସ୍ଥିତ ଚର୍ଚ୍ଚର ଆର୍କବିସପ୍‌ ଥୋମାସ ମ୍ୟାକ୍‌ଓ୍ଵାନ୍‌ ଗୁଜରାଟର ଅନ୍ୟ ଚର୍ଚ୍ଚଗୁଡ଼ିକୁ ରାଷ୍ଟ୍ରବାଦୀ ଶକ୍ତି ବିରୋଧରେ ସତର୍କ ରହିବା ପାଇଁ ଲେଖିଥିବା ଚିଠିର କଡ଼ା ଜବାବ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି। ଅସୁବିଧାରେ ପଡ଼ିଥିବା ବ୍ୟକ୍ତିମାନେ ଯେକୌଣସି ଧର୍ମର ହୋଇଥାନ୍ତୁ ନା କାହିଁକି ତାଙ୍କ ସରକାର ସେମାନଙ୍କୁ ସାହାଯ୍ୟ କରିଛି। ତାଙ୍କ ସରକାର ୟେମେନରୁ ଫାଦର ଟମ୍‌ଙ୍କୁ ଏବଂ ଆଫଗାନିସ୍ଥାନରୁ ଫାଦର ପ୍ରେମ୍‌ଙ୍କୁ ଆତଙ୍କବାଦୀଙ୍କ କବଳରୁ ମୁକୁଳାଇଛି। ସେହିଭଳି ଇରାକରେ ଅଟକ ରହିଯାଇଥିବା ୪୬ ନର୍ସଙ୍କୁ ତାଙ୍କ ସରକାର ନିରାପଦରେ ମୁକୁଳାଇ ଆଣିଛି। ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇ ରହିଥିବା ବ୍ୟକ୍ତିଙ୍କ ଏଭଳି ଫତଓ୍ଵାରେ ମୋଦି ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେଉଁମାନେ ଧର୍ମନିରପେକ୍ଷତା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଅଧିକ ଉନ୍ମୁକ୍ତ ସେମାନଙ୍କୁ ଭୋଟ ଦେବାକୁ ଆର୍କବିସପ ତାଙ୍କ ଚିଠିରେ ଲେଖିଥିଲେ।

ସମ୍ବନ୍ଧିତ ଖବର