ମୋଦି ମିଛ କହନ୍ତି, କଂଗ୍ରେସ ଯାହା କହେ ତାହା କରି ଦେଖାଏ: ରାହୁଲ ଗାନ୍ଧୀ

ବେଲ୍ଲାରି: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ୪ ଦିବସୀୟ କର୍ଣ୍ଣାଟକ ଗସ୍ତରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବେଲ୍ଲାରିରେ ଏକ ସଭାକୁ ସମ୍ବୋଧନ କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଯିଏ ଆପଣମାନଙ୍କୁ ମିଛ ଆଶ୍ୱାସନା ଦିଅନ୍ତି, ମିଛ ସ୍ୱପ୍ନ ଦେଖାନ୍ତି, ତାଙ୍କୁ ଭରସା କଲେ କିଛି ଲାଭ ମିଳିବ ନାହିଁ। କଂଗ୍ରେସ ଯାହା କହେ, ତାହା କରି ଦେଖାଏ। ନରେନ୍ଦ୍ର ମୋଦି ଯାହା କହନ୍ତି, ତାହା କରି ନ ଥାନ୍ତି।

ରାହୁଲ ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି, ସଂସଦରେ ଦୀର୍ଘ ସମୟ ଧରି ଭାଷଣ .ଦେଇଥିବା ବେଳେ ନରେନ୍ଦ୍ର ମୋଦି ଭବିଷ୍ୟତ ସମ୍ପର୍କରେ କିଛି କହି ନାହାନ୍ତି। ସେହିଭଳି ମୋଦି ଯୁବ ବର୍ଗଙ୍କ ପାଇଁ ରୋଜଗାର ସମ୍ପର୍କରେ ବି କିଛି କହି ନାହାଁନ୍ତି। ସେ ଗୋଟିଏ ଘଣ୍ଟା ଧରି କଂଗ୍ରେସ ପାର୍ଟି ଓ ଅତୀତ ସମ୍ପର୍କରେ  ଭାଷଣ ଦେଇଛନ୍ତି। ଅନ୍ୟପକ୍ଷରେ ଦେଶର ଜନତା ପ୍ରଧାନମନ୍ତ୍ରୀଙ୍କ ଠାରୁ ଭବିଷ୍ୟତ ସମ୍ପର୍କରେ ଶୁଣିବାକୁ ଚାହାଁନ୍ତି।

ମୋଦି ସରକାର ଫ୍ରାନ୍ସର କମ୍ପାନି ଠାରୁ ରାଫେଲ କିଣିଛି। ମୋଦି ପ୍ୟାରିସ ଗସ୍ତରେ ଥିବା ବେଳେ ଏହି କାମ କରିଛନ୍ତି। ଆରମ୍ଭରୁ ଏହା ହିନ୍ଦୁସ୍ତାନ ଏରୋନେଟିକସ୍‌ ଲିମିଟେଡ(ହାଲ୍‌)ରୁ କିଣିବାର ଥିଲା। ସେ ହାଲ୍‌ ସହିତ ଚୁକ୍ତି ରଦ୍ଦ କରି ଦେଇଛନ୍ତି।  ରାହୁଲ ୪ ଦିନିଆ ଗସ୍ତରେ ଅନେକ ଗୁଡ଼ିଏ ଜନସଭାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

 

ସମ୍ବନ୍ଧିତ ଖବର