ପରାଜୟକୁ ନେଇ ମୋଦିଙ୍କ ସମୀକ୍ଷା, ଦଳର ସାଂସଦମାନଙ୍କ ଜରୁରୀ ବୈଠକ ଡାକିଲେ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଦଳରେ ଏବେ ଆତ୍ମସମୀକ୍ଷା କରିବା ଆରମ୍ଭ କରିଛି । ଆଗକୁ ୨୦୧୯ ସାଧାରଣ ନିର୍ବାଚନ ଥିବାରୁ ଦଳ ନିଜର ରଣନୀତିରେ ପରିବର୍ତ୍ତନ କରିବାକୁ ସଂକେତ ଦେଇଛି । କେଉଁଠି ଭୁଲ ରହିଲା ତାହାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଦଳର ସାଂସଦମାନଙ୍କୁ ନେଇ ଏକ ମିଟିଂ ଡକାଇଛନ୍ତି । ଏଥିରେ ଦଳ ପରାଜୟର ସମୀକ୍ଷା,ଆଗାମୀ ଦିନରେ ପୁରୁଣା ଭୁଲ ଗୁଡିକୁ ସୁଧାରିବା, ୨୦୧୯ ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଅବଶ୍ୟ ସଂସଦର ଅଧିବେଶନ ଚାଲିଥିବାବେଳେ ମୋଦି ଦଳୀୟ ସାଂସଦ ମାନଙ୍କର ବୈଠକ ନେବା ଏକ ନିୟମିତ ପ୍ରକ୍ରିୟା ବୋଲି ଦଳ ପକ୍ଷରୁ କୁହାଗଲେ ମଧ୍ୟ ଏଥରର ବୈଠକ ଯେ ଖାସ ସେଥିରେ ସଂଦେହ ନାହିଁ । କାରଣ ଏହା ଦଳର ଏକ ବଡ଼ ପରାଜୟ ପରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ସାଂସଦମାନଙ୍କୁ ମୋଦି କେତେକ ନିର୍ଦ୍ଦେଶ ଦେବାର ସମ୍ଭାବନା ରହିଛି । ମୁଖ୍ୟତଃ ତୃଣମୂଳ ସ୍ତରକୁ ଫେରି ଲୋକମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ସେ କହିପାରନ୍ତି ।

ସମ୍ବନ୍ଧିତ ଖବର