ର‍୍ୟାଲିରେ ଭାଷଣ ବନ୍ଦ କରି ପ୍ରଶଂସକଙ୍କୁ ପ୍ରାର୍ଥନା କଲେ ମୋଦି, ଶରୀରକୁ କଷ୍ଟ ଦିଅନ୍ତୁନି କହିଲେ, ସାର୍ଟ ପିନ୍ଧନ୍ତୁ ପରାମର୍ଶ ଦେଲେ

ରାୟଚୁର(କର୍ଣ୍ଣାଟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ କ୍ରମାଗତ ଭାବେ ନିର୍ବାଚନ ର‍୍ୟାଲିକୁ ସମ୍ବୋଧନ କରୁଛନ୍ତି। ତାଙ୍କର ରୋଡ ସୋ’ରେ ବଡ଼ ସଖ୍ୟାରେ ଭିଡ଼ ରହୁଛି କିନ୍ତୁ ରାୟଚୁର ର‍୍ୟାଲିରେ ମୋଦି ଜଣେ ଏଭଳି ପ୍ରଶଂସକଙ୍କୁ ଭେଟିଛନ୍ତି, ଯିଏକି ନିଜ ପିଠିରେ ମୋଦିଙ୍କ ଏକ ବଡ଼ ଟାଟୋ କରିଛନ୍ତି।

ର‍୍ୟାଲି ସମୟରେ ଭିଡରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଉପରେ ମୋଦିଙ୍କ ନଜର ପଡ଼ିଛି। ମୋଦି ତୁରନ୍ତ ଭାଷଣ ବନ୍ଦ କରି ଭିଡ ଭିତରେ ଥିବା ପ୍ରଶଂସକଙ୍କୁ ପ୍ରାର୍ଥନା କରି କହିଛନ୍ତି, ଦୟାକରି ଶରୀରକୁ କଷ୍ଟ ଦିଅନ୍ତୁ ନାହିଁ। ସାର୍ଟ ପିନ୍ଧନ୍ତୁ। ମୋଦି କହିଛନ୍ତି, ଆପଣଙ୍କ ଭଲ ପାଇବା ପାଇଁ ମୁଁ କୃତଜ୍ଞତା ଜଣାଉଛି। ଆପଣ ଏଭଳି କାମ କରି ଶରୀରକୁ ବହୁତ କଷ୍ଟ ଦେଇଛନ୍ତି କିନ୍ତୁ ମୁଁ ପ୍ରାର୍ଥନା କରୁଛି ଯେ, ସଭାକୁ ଦୃଷ୍ଟିରେ ରଖି ସାର୍ଟ ପିନ୍ଧନ୍ତୁ। ସେ କହିଛନ୍ତି, ନୌଯବାନଙ୍କୁ ପ୍ରାର୍ଥନା ରହିଲା ଯେ, ସେମାନେ ଶରୀରକୁ କଷ୍ଟ ଦିଅନ୍ତୁ ନାହିଁ।

ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ଟାଟୋ କରିଥିବା ବ୍ୟକ୍ତି ଜଣକ ସାର୍ଟ ପିନ୍ଧି ଦେଇଥିଲେ। ଏହି ସମୟରେ ର‍୍ୟାଲିରେ ଥିବା ଲୋକମାନେ ଉତ୍ସାହିତ ହୋଇ ଶ୍ଲୋଗାନ ଦେଇଥିଲେ। ର‍୍ୟାଲି ପରେ ଟାଟୋ କରିଥିବା ଯୁବକ ବସବରାଜ କହିଲେ, ଏଥି ପାଇଁ ୧୫ ଘଣ୍ଟା ଲାଗିଥିଲା।

ସମ୍ବନ୍ଧିତ ଖବର