ବିଜେଡି ଛାଡ଼ିଲେ ଲକ୍ଷ୍ମଣ ଟୁଡୁ

ବାରିପଦା : ସାଧାରଣ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଦଳବଦଳ ରାଜନୀତି। ପୂର୍ବତନ ଲୋକସଭା ସା˚ସଦ ତଥା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ଲକ୍ଷ୍ମଣ ଟୁଡୁ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଡାକଯୋଗେ ଆଜି ସକାଳେ ସେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଥିବା ପ୍ରକାଶ କରିଛନ୍ତି। ଶ୍ରୀ ଟୁଡୁ କହିଛନ୍ତି ଯେ ବିଜେଡି ଏକ କର୍ପୋରେଟ ହାଉସ୍‌ରେ ପରିଣତ ହୋଇଛି। ୨୦୧୯ରେ ଦଳର ସ୍ଥିତି କିଛି ଭଲ ଦିଶୁନାହିଁ। କର୍ମୀମାନଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ଦଳରେ ଆଉ ବିଜୁ ବାବୁଙ୍କ ନୀତି ଆଦର୍ଶ ମଧ୍ୟ ନାହିଁ। ତେଣୁ ସେ ଦଳ ଛାଡ଼‌ିଲେ ବୋଲି କହିଛନ୍ତି। ଶ୍ରୀ ଟୁଡୁ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଆଗକୁ କେଉଁ ଦଳରେ ଯୋଗଦେବେ ସେ ନେଇ ବିଚାର କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର