କଥା ରଖିଲେ ନବୀନ : ୨୧ ଲେୋକସଭା ଆସନରୁ ୭ ଆସନରେ ମହିଳା ପ୍ରାର୍ଥୀ

0

ଭୁବନେଶ୍ବର: ୩୩% ମହିଳାଙ୍କୁ ସଂସଦକୁ ପଠାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େକନ୍ଦ୍ରାପଡା ମିସନ ଶକ୍ତି କାର୍ଯ୍ୟକ୍ରମରେ େଘାଷଣା କରିଥିଲେ। ତାହାକୁ ପାଳନ କରିବାକୁ ଯାଇ ବିେଜଡି ୨୧ େଲାକସଭା ଆସନରୁ ୭ଟି ଆସନରେ ମହିଳା ପ୍ରାର୍ଥୀ େଦଇଛି। ଆସ୍କା େଲାକସଭା ଆସନରୁ ମହିଳା ସ୍ବୟଂ ସହାଗୋଷ୍ଠୀର ପ୍ରତିନିଧି ଭାବେ ପ୍ରମିଳା ବିେଷାୟୀଙ୍କୁ ନବୀନ ପ୍ରାର୍ଥୀ କରି ମାଷ୍ଟର େଷ୍ଟ୍ରାକ୍ େଖଳିଥିଲେ। ୭୦ଲକ୍ଷ ଏସଏଚଜିଙ୍କୁ ସମ୍ମାନ ଜଣାଇ ନବୀନ ମହିଳା ପ୍ରତିନିଧିତ୍ବ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆଜି ଅଷ୍ଟମ କିସ୍ତିରେ େକନ୍ଦୁଝର େଲାକସଭା ଆସନ ପାଇଁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ନବୀନ ଏହି ପ୍ରକ୍ରିୟାରେ ପୂର୍ଣ୍ଣଛେଦ ଟାଣିଛନ୍ତି। ବିେଜଡି ମହିଳା କାର୍ଡ େଖଳିବାକୁ ଯାଇ ନିଜର କିଛି ବିଧାୟକ ଓ ସାଂସଦଙ୍କ ଟିକେଟ୍ ବି କାଟିଛି। ସାଂସଦ ଝିନ୍ନ ହିକକା ଏଥର ନିର୍ବାଚନ ଲଢିପାରିନାହାନ୍ତି। ତାଙ୍କ ବଦଳରେ େକାରାପୁଟ ଆସନ ପାଇଁ ପତ୍ନୀ କୌଶଲ୍ୟା ହିକକାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସୁନ୍ଦରଗଡ ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିେଜଡିରୁ ଲଢିବେ। ଯାଜପୁରରୁ ରୀତା ତରାଇ ଗତଥର ପ୍ରାର୍ଥୀ େହାଇଥିଲେ। ଏଥର କିନ୍ତୁ ନବୀନ ତାଙ୍କ ବଦଳରେ ପୂର୍ବତନ ପ୍ରଶାସିକା ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛନ୍ତି। ସେହିଭଳି ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଦଳ ସାଂସଦ କୁଳମଣି ସାମଲଙ୍କ ସ୍ଥାନରେ ଜଗତସିଂହପୁରରୁ ପ୍ରାର୍ଥୀ କରିଛି। କେବଳ ସେତିକି ନୁହେଁ, ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଟିକେଟ କାଟି ତାଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ମହିଳା କାର୍ଡରେ ପ୍ରାର୍ଥୀ କରିଛି ।

ଉଲ୍ଲେଖଥାଉକି, ଉଭୟ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବା ଲାଗି ବିେଜଡି ଏକ ଅଭିଯାନ ଆରମ୍ଭ କରିଥିଲା। ବିଧାନସଭାେର ଏ ସଂକ୍ରାନ୍ତରେ କେବଳ ସଂକଳ୍ପ ଜାରି େହାଇଥିଲା ତା ନୁହେଁ, ସବୁ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ନବୀନ ଏ େନଇ ଅନୁେରାଧ କରିଥିଲେ। ନିଜର ଦଳର ବଛା ବଛା େନତାଙ୍କୁ ନେଇ ପ୍ରତିନିଧିମଣ୍ଡଳୀ କରି ନବୀନ ସବୁ ରାଜନୈତିକ ଦଳ ସାମ୍ନାରେ ଏ ସଂକ୍ରାନ୍ତ ପ୍ରସ୍ତାବ ରଖିଥିଲେ। ଅନ୍ୟପକ୍ଷରେ ନବୀନଙ୍କ ଏହି ପଦକ୍ଷେପକୁ କେଂଗ୍ରସ ଠାରୁ ଆରମ୍ଭ କରି ଅନ୍ୟ ଆଞ୍ଚଳିକ ଓ ଜାତୀୟ ଦଳ ପକ୍ଷରୁ ପ୍ରଶଂସା କରାଯାଇଥିଲା ଓ ଏହାକୁ ସମସ୍ତେ ସମର୍ଥନ କରିଥିଲେ। ସଂସଦରେ ଏ ସଂକ୍ରାନ୍ତ ବିଲ ଅନୁମୋଦନ େହବା ପୂର୍ବରୁ ନବୀନ ଏଥର ନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରିବାକୁ ସାହସ େଦଖାଇଛନ୍ତି। ପରୀକ୍ଷାମୂଳକ ଭାେବ ବିେଜଡି େଲାକସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ନିଷ୍ପତ୍ତି େନଇ ପ୍ରାର୍ଥୀ କରିଛି।

ପୂର୍ବରୁ ବିଜୁ ବାବୁ ପଞ୍ଚାୟତ ଓ ପୌର ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ। ନବୀନ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ। େଲାକସଭାରେ ୩୩ପ୍ରତିଶତ ପ୍ରାର୍ଥୀ େଦଇ ନବୀନ ଏ େକ୍ଷତ୍ରରେ ମଧ୍ୟ ଏକ ବିରଳ େରକର୍ଡର ଅଧିକାରୀ େହାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.