ଧର୍ମେନ୍ଦ୍ରଙ୍କ କଟାକ୍ଷର ଉତ୍ତର ରଖିଲେ ନବୀନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠୁ ଭଲ

ନୂଆଦିଲ୍ଲୀ :  କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା  ଓ  ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ମାଗଣା ସ୍ୱାସ୍ଥ୍ୟସେବା ନାଁରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ପରେ ତାହାର ଜବାବ ରଖିଛନ୍ତି ନବୀନ । ସେ କହିଛନ୍ତି ଯେ କେନ୍ଦ୍ର ଯୋଜନା ତୁଳନାରେ ରାଜ୍ୟ ଯୋଜନାଟି ଭଲ କାରଣ ଏହା ମାଧ୍ୟମରେ ଉଭୟ ବିପିଏଲ ଓ ଏପିଏଲ ହିତାଧିକାରୀମାନେ ଉପକୃତ ହେଉଛନ୍ତି । ବିଜେଡି ପକ୍ଷରୁ ଆଜି ଏଠାରେ ଆୟୋଜିତ ପଦଯାତ୍ରା ଅବସରରେ ସେ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ଐତିହାସିକ ପଦକ୍ଷେପ ଅଟେ । ଏହା କେନ୍ଦ୍ରର  ଆୟୁଷ୍ମାନ ଭାରତ ଯୋଜନା  ତୁଳନାରେ ଅନେକ ଆଗରେ ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି  କହିଥିଲେ ଯେ  “ ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଲୋକଙ୍କୁ ବୋକା ବନାଇବା ଆପଣଙ୍କୁ ଭଲ ଭାବେ ଜଣା । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ । ଆୟୁଷ୍ମାନ ଭାରତ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଭଲ କହି ଆପଣ ନିଜେ ରାଧୁଆ ମିଛୁଆ ନୁହନ୍ତି ବୋଲି କହିବାକୁ ଚାହୁଁଛନ୍ତି କି ?”

ସମ୍ବନ୍ଧିତ ଖବର