ମେ’ ୮ରୁ ମନ୍ତ୍ରୀଙ୍କ ଦକ୍ଷତା ପରୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ’ ୨୧ ତାରିଖରେ ଚତୁର୍ଥ ପାଳିର ଚାରିବର୍ଷ ପୂରିବା ଆଗରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଦକ୍ଷତା ମାପିବେ। ବିଶେଷକରି ୨୦୧୪ ନିର୍ବାଚନ ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦେଇ ବିଜେଡି କ୍ଷମତାକୁ ଆସିଥିଲା, ସେ ମଧ୍ୟରୁ ସଂପୃକ୍ତ ବିଭାଗମାନେ କେତେ ପ୍ରତିଶତ ପୂରଣ କରିଛନ୍ତି, ତାର ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆସନ୍ତା ୮ ତାରିଖରୁ ପ୍ରତିଦିନ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ଓ ନିର୍ଦେଶକମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ବୈଠକ କରିବେ। ୧୭ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ ବୋଲି ଜଣାପଡିଛି।

୨୦୧୪ରେ ବିଜେଡି ଯେଉଁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଥିଲା, ସେହି ବର୍ଷ ମେ’ ୨୧ ତାରିଖରେ ସରକାର ଦାୟିତ୍ୱ ନେବା ମାତ୍ରେ ତାହାକୁ ମନ୍ତ୍ରୀ ପରିଷଦ ମୋହର ଲଗାଇଥିଲେ। ଫି ବର୍ଷ ପୂର୍ତି ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ମଧ୍ୟରୁ କେତେ ପୂରଣ ହୋଇଛି, ସେ ସଂପର୍କରେ ଅନୁଧ୍ୟାନ କରିଥାନ୍ତି। ଏହି କ୍ରମରେ ଚଳିତବର୍ଷ ମଧ୍ୟ ଅନୁରୂପ ଢଙ୍ଗରେ ବିଭିନ୍ନ ବିଭାଗ ଠାରୁ ଷ୍ଟାଟସ୍‌ ରିପୋର୍ଟ ମଗାଯାଇଛି।

ସମ୍ବନ୍ଧିତ ଖବର