ଲୋକସଭା ନିର୍ବାଚନରେ ଟିଏମ୍‌ସିର ୪୧% ମହିଳା ପ୍ରାର୍ଥୀ ପ୍ରସଙ୍ଗ: ମମତାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପକ୍ଷରୁ ୪୧ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଶଂସା କରିଛନ୍ତି।

ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଟିଏମ୍‌ସିର ଏହି ନିଷ୍ପତ୍ତି ନେଇ ମୁଁ ଖୁବ୍‌ ଖୁସି ଅନୁଭବ କରୁଛି। ଆଗାମୀ ଦିନରେ ନିର୍ବାଚନରେ ବିରାଟ ପରିବର୍ତ୍ତନ ଦେଖାଯିବ ବୋଲି ନବୀନ କହିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି) ଆଗାମୀ ନିର୍ବାଚନରେ  ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି ବୋଲି ମଙ୍ଗଳବାର ମମତା ବାନାର୍ଜୀ ଘୋଷଣା କରିଛନ୍ତି।

ଟିଏମସିର ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକା ମଙ୍ଗଳବାର ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର