ପ୍ରଫୁଲ ଘଡାଇଙ୍କୁ ବିଜେଡି ସୁପ୍ରିମୋ ଦେଲେ ନୂଆ ଦାୟିତ୍ୱ ; ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡାଇଙ୍କୁ ନୂଆ ଦାୟିତ୍ୱ ମିଳିଛି  । ବହିଷ୍କାର ପ୍ରତ୍ୟାହାର ପରେ ପ୍ରଫୁଲ ଘଡାଇଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନି ବିଧାନସଭା ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି କ୍ରମେ ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି ହିନ୍ଦୋଳ ପାଇଁ ରବି ନାରାୟଣ ନନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ନିରଂଜନ ପୁଜାରୀ ଓ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିଯୁକ୍ତି ଦେଇଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ ।

ସିପ୍ରା ମଲ୍ଲିକ

ଅନ୍ୟପଟେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଏବଂ ପ୍ରକାଶ ଦାସଙ୍କୁ ରାଜ୍ୟ ସାଧାରଣ ସଂପାଦକର ଦାୟିତ୍ୱ ଦିଆଯିବା ସହ ମନୋଜ ନାୟକଙ୍କୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ ।

ସେହିଭଳି ସୁଶାନ୍ତ ସିଂଙ୍କୁ କୁଚିଣ୍ଡା ପର୍ଯ୍ୟବେକ୍ଷକ, ସିଦ୍ଧେଶ୍ୱର ପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ ସହ ପର୍ଯ୍ୟବେକ୍ଷକ, ଯୁଗଳ ନାୟକଙ୍କୁ କଟକ ସଂସଦୀୟ ଆସନ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର